ମୟୂରଭଞ୍ଜ : କଳା ମୁଗୁନି ପଥରରମା କିଚକେଶ୍ଵରୀଙ୍କ ମନ୍ଦିର ୧୧୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିଲା।। ଏହାର ଉନ୍ନତିକରଣ ପାଇଁ ବ୍ୟାପକ ଯୋଜନା।

0 339

ରାଉରକେଲା : ୨୬/୧୨(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଖିଚିଂ ରେ ଥିବା ମା କିଚକେଶ୍ୱରୀଙ୍କ ମନ୍ଦିର କେବଳ ରାଜ୍ୟ ବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହି ନାହିଁ। କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିର ଦେଖିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ଆସି ଥାଆନ୍ତି। କେନ୍ଦୁଝରଗଡରୁ ୪୦ କିଲୋମିଟର୍ ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ୨୪ କିଲୋମିଟର୍ ଦୂରରେ ଏହି ମନ୍ଦିର ଅବସ୍ଥିତ। ୧୭୬୪ ବର୍ଗଫୁଟ ଏରିଆରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ୧୦୦ ଫୁଟ୍। ୯୨୦ ରୁ ୯୨୫ ଖ୍ରୀଷ୍ଟାବ୍ଦ ରେ ଭଞ୍ଜ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏଠାରେ ପୂଜା ପାଉଥିବା ମା କିଚକେଶ୍ୱରୀ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କ ସହ ରାଜ ପରିବାରର କୂଳ ଦେବୀ। କାଳ କ୍ରମେ ଏହି ମନ୍ଦିର ଭାଙ୍ଗି ରୁଜି ଯାଇଥିଲା। ୧୯୩୪ ମସିହାରେ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜେଦେଓ ଏହାର ପୁନନିର୍ମାଣ କରିଥିଲେ। ଏହି ମନ୍ଦିର ପରିସରରେ ଭଗବାନ ଶିବଙ୍କ ମନ୍ଦିର ରହିଛି। ମହା ଶିବରାତ୍ରୀ ଦିନ ଏଥର ଭକ୍ତଙ୍କ ସମାଗମ ହେବା ସହ ମେଳା ଲାଗିଥାଏ। ଏବେ ମନ୍ଦିରର ଆହୁରି ଉନ୍ନତି କରଣ କରା ଯାଉଛି। ମନ୍ଦିର ସମ୍ମୁଖରେ ସୁନ୍ଦର ଗେଟ୍ ନିର୍ମାଣ ସହ ମା’ଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି। ପୂର୍ବରୁ ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା ନଥିଲା। ଦୁଇ ବର୍ଷ ହେଲା ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଛି। ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ମନ୍ଦିରରେ ମା’ଙ୍କ ଦର୍ଶନ କରିବା ଅବସରରେ ଏହି ମନ୍ଦିରକୁ କେନ୍ଦ୍ର ସରକାରଙ୍କ ‘ ପ୍ରସାଦ ‘ ଯୋଜନରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.