ସୁନ୍ଦରଗଡ : ଘର ଲୋକ ବଡ ଦିନ ପାଳନ ପାଇଁ ଚର୍ଚ୍ଚ ଯାଇଥିବା ବେଳେ ସିରିଜ୍ ଚୋରି।। ୫ଟି ଘରୁ ଚୋରି।। ପୋଲିସ୍ ତଦନ୍ତ ଜାରି।

0 1,171

ସୁନ୍ଦରଗଡ : ୨୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡା ରେ ଗତକାଲି ରାତିରେ ଘଟି ଯାଇଥିବା ସିରିଜ ଚୋରି ଘଟଣା ଚିନ୍ତାର କାରଣ ହୋଇଛି। ଖ୍ରୀଷ୍ଟମାସ ପ୍ରାର୍ଥନା ପାଇଁ ଘର ଲୋକ ମାନେ ଯାଇଥିବା ବେଳେ ଚୋର ମାନେ ୫ଟି ଘରର ମେନ୍ ଗେଟକୁ ଗ୍ୟାସ କଟର ରେ କାଟି ଚୋରି କରି ନେବାରେ ସଫଳ ହୋଇଛନ୍ତି। ପୋଲିସ ଏବଂ ଲୋକ ମାନେ ବଡଦିନ ପାଳନ ପାଇଁ ଚର୍ଚ୍ଚ ରେ ବ୍ୟସ୍ତ ଥିବା ବେଳେ ଚୋର ମାନେ ୫ଟି ଘରେ ଗୋଟିଏ ପରେ ଗୋଟେ ରୁମ ବୁଲି ସମସ୍ତ ଆଲମୀରା ଭାଙ୍ଗି ଚୋରି କରିଛନ୍ତି।
୫ ଟି ଘରୁ ୫୦୦ ଗ୍ରାମରୁ ଅଧିକ ସୁନା ସହ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି ଦୁବୃର୍ତ୍ତ ମାନେ। ଖବର ମିଳିବା ପରେ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ବିଳମ୍ବିତ ରାତି ରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଘର ଲୋକମାନେ ଚର୍ଚ୍ଚ ରୁ ଫେରିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ ।

Leave A Reply

Your email address will not be published.