ରାଉରକେଲା : ବନ୍ଧୁକ ଦେଖାଇ ଦିନ ଦ୍ୱିପ୍ରହରେ ଲୁଟି ନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।। ବାଇକ୍ ରେ ଆସିଥିଲେ ତିନି ଜଣ ଲୁଟେରା।

0 223

ରାଉରକେଲା : ୨୪/୧୨(ସତ୍ୟାନ୍ୟୁଜ) ଦିନ ଦ୍ୱିପ୍ରହରେ ଜଣେ ବ୍ୟବସାୟୀକ ପ୍ରତିଷ୍ଠାନର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୫ ଲକ୍ଷ ୮୪ ହଜାର ଟଙ୍କା ଲୁଟ୍ ହୋଇ ଯାଇଛି। ଏହି ଘଟଣା ଘଟିଛି ରାଉରକେଲାର ଶିଳ୍ପାଞ୍ଚଳରେ।
ଫ୍ଲିପକାର୍ଟ ଏବଂ ଅନ୍ୟ କେତେକ କମ୍ପାନୀର ଟଙ୍କା ନେଇ ଏହି କର୍ମଚାରୀ ବ୍ୟାଙ୍କ୍ ରେ ଜମା କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି। ଏହି କର୍ମଚାରୀ ଶିବ ଶଙ୍କର ତନ୍ତୀ ଏକ ସ୍କୁଟି ରେ ଯାଉଥିବା ବେଳେ ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍ ରେ ପିଛା କରି ତାଙ୍କୁ ଅଟକାଇ ଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ପିସ୍ତଲ୍ ଦେଖାଇ ଡରାଇ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ। ଖବର ପାଇ ରଘୁନାଥ ପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.