ବଣାଇ : ଘର ସାମ୍ନାରେ ଗ୍ରାମବାସୀଙ୍କୁ କଚାଡି ମାରି ଦେଲା ଦନ୍ତା ହାତୀ।। ଘଟଣା ସ୍ଥଳରେ ଉତ୍ତେଜନା। ୧୫ ଦିନରେ ହାତୀ ଆକ୍ରମଣରେ ୪ ଜଣ ମଲେଣି।

0 436

ବଣାଇ : ୨୨/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉ ନାହିଁ। ଆଜି ସକାଳେ ବଣାଇ ରେଞ୍ଜ ଜକେଇ କଲା ଗାଁର ରୁଗୁଡ଼ି ସାହିର ଧରଣୀ ଧର ପାତ୍ରଙ୍କୁ ଘର ସାମ୍ନାରେ ଏକ ଦନ୍ତା ହାତୀ କଚାଡି ମାରି ଦେଇଛି। ଧରଣୀ ଘରୁ ବାହାରି ଶୌଚ ପାଇଁ ଯାଉ ଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ। ଘର ଦୁଆର ମୁହଁରେ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନା ନେଇ ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହାତୀ ଆକ୍ରମଣରେ ଧରଣୀଙ୍କ ମୃତ୍ୟୁ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ହାତୀ ଉପଦ୍ରବ ପ୍ରତିକାର ଦାବିରେ ସ୍ଥାନୀୟ ଲୋକେ ହସ୍ପିଟାଲ ପରିସରରେ ରୁଣ୍ଡ ହୋଇ ହୋ ହାଲ୍ଲା କରିଛନ୍ତି। ବଣାଇ ଫରେଷ୍ଟ ଡିଭିଜନରେ ୧୫ ଦିନ ମଧ୍ୟରେ ହାତୀ ୪ ଜଣଙ୍କୁ ମାରି ସାରିଲାଣି। ସୋଲ ରେଞ୍ଜରେ ଜଣକୁ ମାରି ଥିବା ବେଳେ ତାମରା ଫରେଷ୍ଟ ରେଞ୍ଜର ମୁଣ୍ଡା ସାହିରେ ଘର ଭାଙ୍ଗି ଦୁଇ ଜଣ ନାବାଳିକା କୁ ମାରି ଥିଲ ହାତୀ। ଶୁକ୍ରବାର ଦିନ ବୀରମିତ୍ରପୁର ଫରେଷ୍ଟ ରେଞ୍ଜରେ ହାତୀ ଜଣଙ୍କୁ ଦଳି ମାରି ଦେଇଥିଲା। ବଣାଇ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବି ହେଉଛି।

Leave A Reply

Your email address will not be published.