ବିରମିତ୍ରପୁର : ଦୁର୍ଘଟଣାରେ ପୁଅ ଆଗରେ ଚାଲି ଗଲା ବାପର ଜୀବନ।। ବାପ, ପୁଅ ବାଇକ୍ ରେ ଫେରୁଥିଲେ ବେଦବ୍ୟାସ ଘରକୁ।

0 815

ବିରମିତ୍ରପୁର : ୨୧/୧୨(ସତ୍ୟାନ୍ୟୁଜ) ଦୁର୍ଘଟଣାରେ ପୁଅ ଆଗରେ ଚାଲି ଗଲା ବାପର ଜୀବନ। ଆଜି ସନ୍ଧ୍ୟାରେ
ବିରମିତ୍ରପୁରରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ବେଦବ୍ୟାସ ଅଞ୍ଚଳର ବାସିନ୍ଦା ପାଉରୁସ୍ ଏକ୍କା ତାଙ୍କ ପୁଅଙ୍କ ସହ ବାଇକ୍ ରେ ଫେରିଲା ବେଳେ ୧୪୩ ନମ୍ବର ଜାତୀୟ ରାଜପଥ
ଲାଖୋଟି ନିକଟରେ ଘଟିଛି ଏହି ଦୁର୍ଘଟଣା। ଝାଡ଼ଖଣ୍ଡରୁ ବାଇକ୍ ରେ ବାପ ପୁଅ ଫେରିବା ବେଳେ ଏକ ଟ୍ରକ୍ ବାଇକ୍ କୁ ପିଟି ଦେବାରୁ ପାଉରୁସ୍ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କ ପୁଅ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। ପୋଲିସ୍ ଟ୍ରକ୍ କୁ ଜବତ କରି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.