ବଣାଇ : ଚଳିତ ବର୍ଷ ପାଇଁ ଉଦଘାଟିତ ହେଲା ଧାନ ମଣ୍ଡି।। ୫ ଲକ୍ଷ ୨୪ ହଜାର କୁଇଣ୍ଟାଲ୍ ଧାନ କିଣିବା ଧାର୍ଯ୍ୟ ରଖା ଯାଇଛି।

0 355

ବଣାଇ : ୨୧/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇର ଦରେଇକେଲା ବଜାର ନିୟନ୍ତ୍ରିତ କମିଟି ପକ୍ଷରୁ ଚଳିତ ବର୍ଷ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି। ସହକାରୀ ଯୋଗାଣ ଅଧିକାରୀ ମନୋଜ କୁମାର ରଥଙ୍କ ତ୍ୱତାବଧନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ‘ଖ’ ର ରାମ ଚନ୍ଦ୍ର ସାହୁ, ବିଚିତ୍ର ସେନ ନାଏକ, ବଣାଇ ଦାୟିତ୍ୱରେ ଥିବା ତହସିଲଦାର ଝସକେତନ ନାଏକ , ବଣାଇ ଲ୍ୟାମ୍ପ ଶାଖା ପରିଚାଳକ ହରେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫିତା କଟା ଯାଇ ମଣ୍ଡିର ଉଦଘାଟନ ହୋଇଥିଲା । ଆଜି ପ୍ରଥମ ବିକ୍ରି କରି ଆସିଥିବା ଚାଷୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରା ଯାଇଥିଲା। ଏହା ପରେ ଧାନ କ୍ରୟ ବିକ୍ରୟ ଆରମ୍ଭ ହୋଇ ଯାଇଥିଲା। ଗତବର୍ଷ ୧୪ ହାଜର ୩୪୩ ଜଣ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ୧୪ ହାଜର ୭୩୯ ଚାଷୀ ପଞ୍ଜିକୃତ କରିଛନ୍ତି। ଏ ବର୍ଷ ୫ ଲକ୍ଷ ୨୪ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ରଖା ଯାଇଛି ।

Leave A Reply

Your email address will not be published.