ରାଉରକେଲା : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ।। ଅଧିକ ସୁଲଭ ବାସ ଗୃହ ପ୍ରକଳ୍ପ ନିର୍ମାଣ କରିବାକୁ ପରାମର୍ଶ।

0 1,030

ସୁଲଭ ବାସଗୃହ ପ୍ରକଳ୍ପକୁ ପ୍ରଶଂସା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରି ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ରାଉରକେଲା : ୨୧/୧୨(ସତ୍ୟାନ୍ୟୁଜ) ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ସ୍ଥିତ ଛେଣ୍ଡ ଠାରେ ନିର୍ମିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ବାସଗୃହକୁ ଯାଇ ସେଠାରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ଉପଲବ୍ଧ ଥିବା ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ।

ଯେପରି ବସ୍ତିବାସିନ୍ଦାମାନେ ମୌଳିକ ସୁବିଧା ସୁଯୋଗ ସଠିକ୍ ଭାବେ ପାଇ ପାରିବେ ସେ ଦିଗରେ ଯତ୍ନବାନ୍ ହେବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ପରିବେଶରେ ସର୍ବଦା ସ୍ଵଚ୍ଛତା ବଜାୟ ରହିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସେ ରାଉରକେଲା ସହରର ସର୍ବାଙ୍ଗୀନ ବିକାଶ ପାଇଁ ତଥା ବସ୍ତିବାସିନ୍ଦାଙ୍କ ସୁରକ୍ଷିତ ଆଶ୍ରୟକୁ ସୁନିଶ୍ଚିତ କରିବା ପାଇଁ ସହରରେ ଅଧିକରୁ ଅଧିକ ସୁଲଭ ବାସଗୃହ ପ୍ରକଳ୍ପ ନିର୍ମାଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯଥାଶୀଘ୍ର ଗୃହ ଆବଣ୍ଟନ କରି ହିତାଧିକାରୀମାନଙ୍କୁ ତ୍ଵରିତ ଏଠାକୁ ସ୍ଥାନାନ୍ତର କରିବା ଓ ବସ୍ତି ହଟାଇବା ପାଇଁ ସେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.