ଜଗତସିଂହପୁର: ଲାଗି ରହିଛି ଅଦିନିଆ ବର୍ଷା।। ଚାଷୀ ମୁଣ୍ଡରେ ଚଡ଼କ।। ପାଣିରେ ଭାସୁଛି ଅମଳ ଧାନ।। କ୍ଷତିପୂରଣ ଦାବି।

0 327

ଜଗତସିଂହପୁର:୨୧/୧୨ (ସତ୍ୟାନ୍ୟୁଜ) ଲଘୁଚାପ ପ୍ରଭାବରେ ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଖୋର୍ଦ୍ଧା , ଭୁବନେଶ୍ୱର , କଟକ ଆଦି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଜଗତସିଂପୁର ଜିଲ୍ଲାର ତିର୍ତୋଲ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ କାଲି ଠାରୁ ବର୍ଷା ଲାଗି ରହିଛି। ଏହି ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଆଉ କିଛି ଦିନ ପରେ କଟା ଯାଇଥିବା ଧାନ ମଣ୍ଡି କୁ ଯାଇ ଥାନ୍ତା। ଯିଏ ଧାନ କାଟି ଅମଳ କରି ଥିଲା , ସେ ଘରକୁ ଧାନ ନେବାକୁ ତର ତର ହେଉଥିବା ବେଳେ ଢ଼ାଳିଲା ବର୍ଷା। ଫଳରେ ସବୁ ଧାନ ପାଣିରେ ଭାସୁଛି। ରଘୁନାଥ ପୁର, ଅଢାପତି, ଧନୁଆ, କୋଲର,ପାଟକୁରା, ନାଗପୁରା,ତାର୍ତ୍ତୋଲ ପ୍ରଭୁତି ଅନେକ ଗାଁରେ ଏବେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଧାନ ସିନା କଟା ହେଲା , ହେଲେ ଯାଇ ପାରିଲାନି ଘରକୁ। ସେହିପରି ବିରି ଫସଲ ବି ନଷ୍ଟ ହେବା ର ସମ୍ଭାବନା ରହିଛି। ଚାଷୀ ମାନେ ଋଣ କରି ଚାଷ କରିଥିବାରୁ ଚିନ୍ତାରେ ଅଛନ୍ତି। କୃଷି ଅଧିକାରୀ ମାନେ ସର୍ଭେ କରି କ୍ଷତି ପୂରଣ ଦେବାକୁ ଦାବି ହେଉଛି।

Leave A Reply

Your email address will not be published.