ସୁନ୍ଦରଗଡ଼ : ୨୦/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଏମସିଏଲ ଟପରିଆ ରାସ୍ତାରେ ପୁଣି ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ବିଲେଇମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ଜଣ ଯୁବକ ବାଇକ୍ ରେ ଯାଉଥିବା ବେଳେ ପଛରୁ ଧକ୍କା ଦେଇ ବାଇକ୍ ଉପରେ ଟ୍ରେଲର୍ ଚଢ଼ି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣ ପ୍ରାଣ ହରାଇ ଥିଲେ। ମୃତକ ହେଲେ ଝୁପୁରୁଙ୍ଗାର ୪୩ ବର୍ଷୀୟ କେଦାର କାଲୋ ଏବଂ ୩୨ ବର୍ଷୀୟ
ଲୋକନାଥ ମାଝୀ। ଦୁର୍ଘଟଣା ପରେ
ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ
ଏହାର ପ୍ରତିକାର ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କିଛି ଦିନ ତଳେ ଏହି ରାସ୍ତାରେ ଏକ ଟ୍ରକ ଏବଂ ଓମିନି ଭ୍ଯାନ୍ ପିଟି ହୋଇ ୫ ଜଣ ପ୍ରାଣ ହରାଇଥିଲେ। ବାରମ୍ବାର
ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସଡ଼କ ସୁରକ୍ଷା ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି।