ସୁନ୍ଦରଗଡ : ବନ୍ଧୁକ ମୁନରେ ଲୁଟ୍ କରୁଥିବା ଗ୍ୟାଙ୍ଗ ର ଦୁଇ ସଦସ୍ୟ ଗିରଫ।। ପିସ୍ତଲ୍, ୧୦ ମୋବାଇଲ୍ ଫୋନ୍ , କଟୁରୀ , ବାଇକ୍ ଜବତ।
ସୁନ୍ଦରଗଡ : ବନ୍ଧୁକ ମୁନରେ ଲୁଟ୍ କରୁଥିବା ଗ୍ୟାଙ୍ଗ ର ଦୁଇ ସଦସ୍ୟ ଗିରଫ।। ପିସ୍ତଲ୍, ୧୦ ମୋବାଇଲ୍ ଫୋନ୍ , କଟୁରୀ , ବାଇକ୍ ଜବତ।ସୁନ୍ଦରଗଡ : ୧୬/୧୨(ସତ୍ୟାନ୍ୟୁଜ) ବନ୍ଧୁକ ମୁନରେ ଲୁଟ୍ କରୁଥିବା ଗ୍ୟାଙ୍ଗ ର ଦୁଇଜଣଙ୍କ ସଦସ୍ୟଙ୍କୁ ସୁନ୍ଦରଗଡ ଟାଉନ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଲୁଟ୍ ରେ ବ୍ୟବହୃତ ପିସ୍ତଲ୍ , କଟୁରୀ ସହ ୧୦ ଟି ମୋବାଇଲ୍ ଫୋନ୍ ଏବଂ ବାଇକ୍ ଜବତ କରିଛି।
ଦୀର୍ଘ ଦିନ ଧରି ସୁନ୍ଦରଗଡ ସହରରେ ବନ୍ଧୁକ ମୁନରେ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଲୁଟ୍ କରୁଥିଲେ। ବାହାର ରାଜ୍ୟ ରୁ କାମ କରିବା ପାଇଁ ସୁନ୍ଦରଗଡ ଟାଉନ୍ କୁ ଆସୁଥିବା ଶ୍ରମିକ ମାନଙ୍କୁ ଏହି ଗ୍ୟାଙ୍ଗ୍ ଟାର୍ଗେଟ କରୁଥିଲେ । ଏମାନଙ୍କ ଠାରୁ ବନ୍ଧୁକ ମୁନ ରେ ଟଙ୍କା ଓ ମୋବାଇଲ୍ ଲୁଟ କରି ଫେରାର ହୋଇ ଯାଉଥିଲେ । ପଶ୍ଚିମବଙ୍ଗରୁ ଆସି ସୁନ୍ଦରଗଡ ଅରଣ୍ୟନଗରରେ ମିସ୍ତ୍ରୀ କାମ କରୁଥିବା ଅକବର ଏସ୍ କେ ତାଙ୍କ ସହେଯାଗୀଙ୍କ ସହ ବିଲଡିଂ କାମ କରୁଥିବା ବେଳେ ଦୁଇଜଣ ଯୁବକ ଏକ ବାଇକ୍ ରେ ଆସି ବନ୍ଧୁକ ମୁନ ରେ ତାଙ୍କୁ ଧମକାଇ ଥିଲେ। ପରେ ତାଙ୍କ ଠାରୁ ମୋବାଇଲ ଫୋନ୍ ଏବଂ ନଗଦ ୫ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଆକବର ଏ ବାବଦରେ ଟାଉନ୍ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ କରି ସୁନ୍ଦରଗଡ ଡେଙ୍ଗି ଭାଡି ଅଚଂଳ ର ମହମ୍ମଦ ଏକ୍ରମ ଓ ମହମ୍ମଦ ମୋବିନ ଙ୍କୁ ଗିରଫ କରିଛି ।
ସେମାନଙ୍କ ନିକଟରୁ ଦେଶୀ ପିସ୍ତଲ ସହ ଏକ କଟୁରୀ , ୧୦ ଟି ମୋବାଇଲ ଫୋନ ଓ ନଗଦ ୪୫୦୦ ଟଙ୍କା ଜବତ କରିଛି ।
ଆଜି ଏନେଇ ସୁନ୍ଦରଗଡ ଟାଉନଥାନା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛି ପୋଲିସ । ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ୍ ଏହି ଶ୍ରମିକ ମାନଙ୍କୁ ଟାର୍ଗେଟ କରି ଏହିଭଳି ଭାବରେ ବନ୍ଧୁକ ମୁନରେ ଲୁଟ କରୁଥିଲେ । ଆଜି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।