ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବୃଦ୍ଧି ପାଇଛି ଶୀତର ପ୍ରକୋପ।। କୋଇଡା ବ୍ଲକ୍ ରେ ତୁଷାରପାତ।। ଜିଲ୍ଲାକୁ ୟେଲୋ ୱର୍ଣିଁ।
ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଗତ ତିନିଦିନ ହେଲା ଶୀତର ପ୍ରକୋପ ବଢ଼ି ଯାଇଛି।ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବିଶେଷ କରି ବନ ପାହାଡ ଘେରା ବଣାଇ ଉପଖଣ୍ଡରେ ଶୀତ ବଢ଼ି ଥିବା ବେଳେ କୋଇଡା ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାତିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ସୂଚନା ମିଳିଛି।
ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।
ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତି ଶିଫ୍ଟ ଏବଂ ସକାଳୁ କର୍ମକ୍ଷେତ୍ର କୁ ଯାଉଥିବା ଶ୍ରମିକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଇଡା ବ୍ଲକ୍ ର ଟେନ୍ସା , କାଲଟା , ମାଲଦା , କୋଇଡା ହେଡକ୍ଵାଟର୍ସ, କାଶୀରା ପ୍ରମୁଖ ସ୍ଥାନରେ ପାରଦ ଖସିବା ସହ ତୁଷାର ପଡିଥିବାର ଦେଖାଯାଉଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଛି ।