ସୁନ୍ଦରଗଡ : ଝାରସୁଗୁଡ଼ା ପୌରପାଳିକା ରେ ମଶା ତେଲ ମହା ଦୁର୍ନୀତି।। ତତ୍କାଳୀନ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କ ସହ ୪ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍।
ସୁନ୍ଦରଗଡ/ଝାରସୁଗୁଡା : ୧୪/୧୨(ସତ୍ୟାନ୍ୟୁଜ) ଝାରସୁଗୁଡ଼ା ପୌର ପୌରପାଳିକାରେ ହୋଇଥିବା ମଶା ତେଲ କିଣା ଦୁର୍ନୀତି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଝାରସୁଗୁଡ଼ା ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ସମେତ ମଶାତେଲ ଯୋଗାଇ ଥିବା ଫ୍ୟୁଜନ୍ ଗ୍ରୁପ ର ମାଲିକ ଆଶୁତୋଷ ଶର୍ମା , ଝାରସୁଗୁଡ଼ା ପୌର ପରିଷଦରେ ସାନିଟେସନ ଅଧିକାରୀ ବିଶ୍ୱରଞ୍ଜନ ସାହୁ ଏବଂ ସାନିଟେସନ ଇନ୍ସପେକ୍ଟର ବିକାଶ ପଶାୟତଙ୍କୁ
ଗିରଫ କରାଯାଇଛି। ଗିରଫ ପରେ ୪ ଜଣଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟ ଚାଲାଣ କରା ଯାଇଥିବା ରାଉରକେଲା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଗତକାଲି ଦୁଇ ଦିନ ହେଲା ଝାରସୁଗୁଡା ପୌର ପରିଷଦର ଦୁଇ ଅଧିକାରୀଙ୍କ ସହ ମଶା ତେଲ ଯୋଗାଣକାରୀ ସଂସ୍ଥା ର ମାଲିକଙ୍କୁ ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ସାମ୍ନା ସାମ୍ନି ଜେରା କରା ଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ଝାରସୁଗୁଡା ପୌର ପରିଷଦରେ ମାର୍ଚ୍ଚ ୨୦୨୩ ରୁ ନଭେମ୍ବର ୨୦୨୩ ମଧ୍ୟରେ ୭ହଜାର ୫୦୦ ଲିଟର ମଶାତେଲ କୁ ୫୫ ଲକ୍ଷ ୫୦ ହଜାର ଟଙ୍କା ରେ ଫ୍ୟୁଜନ୍ ଗ୍ରୁପ ନାମକ ସଂସ୍ଥା ଠାରୁ କିଣା ଯାଇଥିଲା।କିନ୍ତୁ ଏହାପୂର୍ବରୁ ୨୦୧୯ ରୁ ୨୦୨୨ ମଧ୍ୟରେ ଲିଟର ପିଛା ମାତ୍ର ୭୭ ଟଙ୍କାରେ କିଣାଯାଇ ଥିଲା। ଏବେ ଏହି ସଂସ୍ଥାକୁ ଲିଟର ପିଛା ୭୪୦ ଟଙ୍କା ରେ ମଶା ତେଲ ଯୋଗାଇ ଦେବାକୁ ଦାୟିତ୍ଵ ଦିଆ ଯାଇଥିଲା। ତେଲ ଦର ହଠାତ ୧୦ ଗୁଣ ବଢି ଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ରାଉରକେଲା , ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ର ୧୦ ଜଣିଆ ଭିଜିଲାନ୍ସ ଟିମ୍ ତଦନ୍ତ କରି ଏହି ବଡ ଧରଣର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।