ବଣାଇ : ଘରୁ ଟାଣି ନେଇ ଦୁଇ ବାଳିକାଙ୍କୁ ଦଳି ମାରି ଦେଲା ଦନ୍ତା ହାତୀ।। ତାମଡା ରେଞ୍ଜ୍ ମୁଣ୍ଡା ସାହିରେ ଅଘଟଣ।। ଲୋକେ ଆତଙ୍କିତ।

0 367

ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ ଭୟଙ୍କର ହେବାରେ ଲାଗିଛି । ଗତକାଲି ରାତିରେ ଘରେ ସୋଇ ଥିବା ବେଳେ ମା କୋଳ ରୁ ଦୁଇ ଜଣ ବାଳିକାଙ୍କୁ ଟାଣି ଆଣି ଦଳି ମାରି ଦେଇଛି ଦନ୍ତା ହାତୀ। ବଣେଇ ବନଖଣ୍ଡ ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଏପରି ଅଘଟଣ ଘଟିଛି।
ପରିବାର ସହ ଶୋଇଥିବା ବେଳେ ଗୋଟିଏ ଦନ୍ତା ହାତୀ ଘରୁ ଟାଣିନେଇ ମାରିଦେବା ଘଟଣା ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ହାତୀକୁ ଦେଖି ପରିବାରର ଅନ୍ୟ ସଦସ୍ୟ ମାନେ ଦୌଡ଼ି ପଳାଇ ଜୀବନ ବଞ୍ଚାଇଛନ୍ତି। ମୃତକ ୧୩ ବର୍ଷୀୟ ସାମୀୟା ମୁଣ୍ଡା ଓ ୩ ବର୍ଷୀୟ ଚାନ୍ଦିନୀ ମୁଣ୍ଡା ହୋଇଥିବା ସୂଚନା। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଶୁକ୍ରବାର ରାତିରେ ମଧ୍ୟ ଏହି ଅଞ୍ଚଳରେ ଦନ୍ତା ହାତୀ ପଶି ଉପଦ୍ରବ କରିଥିବାରୁ ଲୋକ ମାନେ ଘର ଛାଡ଼ି ପଳାଇଥିଲେ।

Leave A Reply

Your email address will not be published.