ରାଉରକେଲା : ଗୁରୁଣ୍ଡିଆ ବ୍ଲକ୍ ଟୁକୁଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ମୃତ।। ଶୌଚ କରିବାକୁ ଯାଇ ଥବା ବେଳେ ଦଳି ଦେଲା ହାତୀ।

0 477

ବଣାଇ : ୧୪/୧୨(ସତ୍ୟାନ୍ୟୁଜ) ବଣାଇ ଫରେଷ୍ଟ ଡିଭିଜନ୍ ରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଗତ ରାତିରେ ଗୁରୁଣ୍ଡିଆ ବ୍ଲକ୍ ର ରୁଷିମଠ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଥିବା ବେଳେ ଆଜି ସକାଳେ ଜଣେ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଗୁରୁଣ୍ଡିଆ ବ୍ଲକ୍ ସୋଲ୍ ରେଞ୍ଜ ର ଟୁକୁଡା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଏହି ଯୁବକଙ୍କ ମୃତ୍ୟୁ ହୋଇଛି। ଗ୍ରାମର ୪୩ ବର୍ଷୀୟ ରାଜେଶ ମୁଣ୍ଡା ଆଜି ଭୋରୁ ଶୌଚ କରିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା। ହଠାତ୍ ହାତୀ ଟି ରଜେଶଙ୍କୁ ଶୁଣ୍ଢରେ ଟେକି କଚାଡି ଦେବା ପରେ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ରଜେଶଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.