ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ଫରେଷ୍ଟ ରେଞ୍ଜ ର ସାପଲତା ବିଟ୍ ଅନ୍ତର୍ଗତ
ରୁଷିମଠ ଜଙ୍ଗଲରେ ହାତୀ ଆକ୍ରମଣରେ ବନ ବିଭାଗର ଜଣେ ପାରା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ଛାତି ପଞ୍ଜରା ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଗତକାଲି ରାତିରେ ହାତୀ ଟ୍ରାକିଂରେ ବନ ବିଭାଗର ଏକ ଟିମ୍ ଯାଇଥିବା ବେଳେ ହାତୀ ଗୋଡ଼ାଇବାରୁ ଅନ୍ୟ ବନ କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। କିନ୍ତୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ଜଙ୍ଗଲ ବିଭାଗର ପାରା କର୍ମଚାରୀ ଜଣଙ୍କ। ହାତୀ ଆକ୍ରମଣରେ ସେ ଆହତ ହୋଇ ଏକ ବଡ଼ ପଥର ପାଖରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା ସମସ୍ତ ବନ କର୍ମଚାରୀ ପଳାଇ ଆସିବା ପରେ ଉକ୍ତ ପାରା କର୍ମଚାରୀ ଲୁଧିଆ ସିଂ ଆସିନଥିବା ଜଣା ପଡିଥିଲା। ତାଙ୍କୁ ଖୋଜାଖୋଜି କରି ପ୍ରାୟ ୮ ଘଣ୍ଟା ପରେ ଆଜି ସକାଳେ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇ ଚିକିତ୍ସା କରା ଯାଉଛି।