ସୁନ୍ଦରଗଡ : କୋଭିଡ୍ ସମୟର ମଶା ତେଲ କିଣା ଦୁର୍ନୀତିରେ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ର ଜେରା।। ୭୭ ଟଙ୍କା ଲିଟରକୁ ୭୪୦ ଟଙ୍କାରେ କିଣା ଅଭିଯୋଗ।

0 421

ରାଉରକେଲା : ୧୩/୧୨(ସତ୍ୟାନ୍ୟୁଜ) କୋଭିଡ ସମୟରେ ମଶା ତେଲ କିଣାରେ ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି । ଲିଟର ପିଛା ୭୭ ଟଙ୍କା ପଡୁ ଥିବା ମଶା ତେଲକୁ ୭୪୦ ଟଙ୍କାରେ କିଣା ଯାଇଥିବା ଅଭିଯୋଗର ତଦନ୍ତ କରୁଛି ରାଉରକେଲା ଭିଜିଲାନ୍ସ ବିଭାଗ। ରାଉରକେଲା ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ କାର୍ଯ୍ୟାଳୟରେ ସରକାରୀ ଅଧିକାରୀଙ୍କୁ ଘନଘନ ଜେରା କରୁଛନ୍ତି।
କୋଭିଡ ସମୟରେ
ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି। ଆଜି ତଦନ୍ତ ର ସମ୍ମୁଖୀନ ହେଉଛନ୍ତି ପୌର ପରିଷଦ ଅକାଉଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ। ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଓ ଯୋଗାଣ କାରୀ ସଂସ୍ଥା ମୁଖ୍ୟ ଆଶୁତୋଷ ଶର୍ମା ଙ୍କୁ ମଧ୍ୟ ଡାକରା ହୋଇଛି। ସୁନ୍ଦରଗଡ ଏସପି ଅଫିସରେ ଉଭୟ କର୍ମଚାରୀ ଙ୍କୁ ଜେରା ଚାଲିଛି। ୭ ହଜାର ୫୦୦ ଲିଟର ମଶା ତେଲ ଲିଟର ପିଛା ୭୭ ଟଙ୍କା ପରିବର୍ତ୍ତେ ୭୪୦ ଟଙ୍କାରେ କିଣା ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି।

Leave A Reply

Your email address will not be published.