ରାଉରକେଲା : ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିବା ଘଟଣା।। ଅପରାଧରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣ ସାମିଲ।। ପୋଲିସ୍ ର ଅଧିକ ତଦନ୍ତ ଜାରି।

0 671

ସୁନ୍ଦରଗଡ : ୧୩/୧୨(ସତ୍ୟାନ୍ୟୁଜ) ପ୍ରଥମେ ପ୍ରେମ। ପରେ ଶାରିରୀକ ସମ୍ପର୍କ, ଶାରିରୀକ ସର୍ମ୍ପକ ପରେ ପ୍ରତାରଣା, ପ୍ରତାରଣାରୁ ଜେଲ୍ ।ତାପରେ ବେଲ୍। ଆଉ ଶେଷରେ ପ୍ରତିଶୋଧ ର ବିଭତ୍ସ କାହାଣୀ । ରାଉରକେଲାର ବ୍ରାହ୍ମଣୀ ନଦୀ ସମେତ ବିଭିନ୍ନ ସ୍ଥାନରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏବେ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ଡ ପଛର କାହାଣୀ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁନୁ କିଶାନ ବ୍ୟତୀତ ଆଉ ଦୁଇ ଜଣ ଅପରାଧରେ ସାମିଲ ଅଛନ୍ତି। ଜଣେ ହେଲେ ଅଭିଯୁକ୍ତର ମାମୁଁ। ସେ ମଧ୍ୟ ଗିରଫ ହୋଇଛନ୍ତି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛି।
ଯୁବତୀଙ୍କ ୨୬ ଅଗଷ୍ଟ ୨୦୨୩ ର ହାତ ଲେଖା ଅଭିଯୋଗ ପତ୍ର ଯାହା ଆଧାରରେ ପୋଲିସ ଅଭିଯୁକ୍ତ କୁନା କିଶାନକୁ ଗିରଫ କରି ପୋକ୍ସୋ ଆଇନ ବଳରେ କୋର୍ଟ ଚାଲାଣ କରିଥିଲା । ଅଭିଯୋଗ ଅନୁସାରେ ସେ ଲେଫ୍ରିପଡା ଥାନା ନୁଆଁଡିହି ମାମୁଁ ଘରେ ରହି ଦଶମ ଶ୍ରେଣୀ ଯାଏଁ ରହି ପାଠ ପଢିଲା ବେଳେ କୁନା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କୁନା ସେହି ସମୟରେ ନାବାଳିକାକୁ ବିବାହ ପ୍ରତିଶୃତି ଦେଇ ଅନୈତିକ ସମ୍ପର୍କ ରଖି ଗର୍ଭବତୀ କଲା । ଏହା ପରେ ବେଆଇନ ଭାବରେ ଗର୍ଭପାତ କରାଇଲା । ଗର୍ଭପାତ ପରେ ପ୍ରତିମା ମରୁ ମରୁ ବଂଚିଯାଇଥିଲା । ପରେ ଯେତେବେଳେ କୁନା କୁ ବିବାହ ପାଇଁ କହିଲା କୁନା ବିବାହ କରିବାରୁ ମନା କରିଦେଇଥିଲା । ଫଳରେ ପ୍ରତିମା ଧରୁଆଡିହି ଥାନାରେ ଏତଲା ଦେଲା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଗତ ୦୪ ଡିସେମ୍ବର ୨୦୨୩ ରେ କୁନାକୁ ମାସକ ପାଇଁ ସର୍ତ୍ତ ମୂଳକ ଜାମିନ ଦେଇଥିଲେ କୋର୍ଟ । ମାସକ ପରେ ପୁଣି ଜେଲକୁ ଯିବା କଥା। କିନ୍ତୁ କୁନା ଫେରାର ମାରିଥିଲା ଯାହା ଫଳରେ କୋର୍ଟ କୁନା ବୁରୁଦ୍ଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଥିଲେ । ବେଲ୍ ରେ ଆସିଲା ପରେ କୁନା ପୁଣି ଉକ୍ତ ଯୁବତୀଙ୍କ ସହିତ ଯୋଗାଯୋଗ କରି ତାକୁ ଜୀବନ ରୁ ମାରିଦେବାକୁ ଧମକ ଦେଇଆସୁଥିଲା । ଏହାରି ମଧ୍ୟରେ ଯୁବତୀ ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ମାନସିକ ଚାପରେ ରହୁଥିଲା । ଚାପରୁ ମୁକ୍ତି ପାଇବା ପାଇଁ ସେ ଝାରସୁଗୁଡା ତାଙ୍କ ସମ୍ପର୍କୀୟ ଭଉଣୀ ଘରେ ରହିବା ସହ ତାଙ୍କ ବ୍ୟୁଟି ପାର୍ଲରରେ କାମ ମଧ୍ୟ କରୁଥିଲା । ଜୀବନ ସ୍ୱାଭାବିକ ଚାଲିଥିଲା କିନ୍ତୁ ଗତ ୭ ତାରିଖ ପ୍ରତିମା ପାର୍ଲର କୁ ଯାଇ ଆଉ ଘରକୁ ଫେରିଲା ନାହିଁ । ବହୁତ ଖୋଜାଖୋଜି କଲା ପରେ ଘର ଲୋକେ ନିଖୋଜ ଏତଲା ଦେଇଥିଲେ ଝାରସୁଗୁଡା ଟାଉନଥନା ରେ । ଏତଲା ପରେ ଘଟଣା ସମ୍ପର୍କ ପୋଲିସ୍ ତଦନ୍ତ ଜାରି ରଖିଥିଲେ। ପୁଲିସକୁ କୁନା ସମ୍ପର୍କରେ ଜଣାପଡିବା ପରେ ଲେଫ୍ରିପଡା ଥାନା ନୁଆଡିହି ରୁ ଗିରଫ କରି ପଚରା ଉଚରା କରିବା ପରେ ସେ ସମସ୍ତ ଘଟଣା ସ୍ୱୀକାର କରିଥିଲା। । ଏହା ପରେ ବୁଧବାର ଦିନ ତମାମ ପୋଲିସ ରାଉରକେଲା ବିଭିନ୍ନ ସ୍ଥାନରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିବା ପରେ ଗୁରୁବାର ଦିନ ସୁନ୍ଦରଗଡରେ ତାର ଶବ ବ୍ୟବଚ୍ଛେଦ କରାଯାଇଛି । ଏବେ ଝାରସୁଗୁଡ଼ା ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣି ଅଧିକ ପଚରା ଉଚୁରା କରିବ ବୋଲି ଜଣା ପଡିଛି।

Leave A Reply

Your email address will not be published.