ସୁନ୍ଦରଗଡ : ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପରେ ଭିଡ ହିଂସା।। ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ମାଡ।। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହରରେ ବୁଲାଇଲେ।

0 574

ସୁନ୍ଦରଗଡ : ୧୩/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଘଟି ଯାଇଛି ଏକ ଅମାନବୀୟ ଘଟଣା। ୮ ଜଣ ବଙ୍ଗୀୟ ମିସ୍ତ୍ରୀ ଙ୍କୁ ପ୍ୟାଣ୍ଟ୍ ସାର୍ଟ ଖୋଲି ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ଯୁବକ। ମାଡ଼ ମାରିବା ସହ ହାତକୁ ଲୁହା ତାରରେ ବାନ୍ଧି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହରରେ ବୁଲାଇଛନ୍ତି। ଏପରିକି ଯୁବକଙ୍କ କବଳ ରୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ୍ ଟିମ୍ ଏବଂ ସାମ୍ବାଦିକ ମାନଙ୍କୁ ମଧ୍ୟ ଠେଲା ପିଲା କରିଛନ୍ତି। ଗୁରୁବାର ଦିନ ସୁନ୍ଦରଗଡ଼ରେ ଘଟିଛି ଏପରି ଅମାନବୀୟ ଘଟଣା। ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପରେ ଏକ ଗୋଷ୍ଠୀ ଉତ୍ତେଜିତ ହୋଇ ଏପରି କାଣ୍ଡ ଘଟାଇଛନ୍ତି। ସୁନ୍ଦରଗଡ ଟାଉନ୍ ଥାନା ପୋଲିସ ଏହି ଭିଡ ହିଂସା କୁ ନିୟନ୍ତ୍ରଣ କରିବା ସହ ୮ ଜଣ ମିସ୍ତ୍ରୀ ଙ୍କୁ ଉଦ୍ଧାର କରିଛନ୍ତି।
ଅଭିଯୋଗ ଅନୁଯାୟୀ ମିସନ୍ ରୋଡ ଅଞ୍ଚଳରେ ଜଣେ ମହିଳା ଗାଧୋଇବାକୁ ଯାଉଥିବା ବେଳେ ଜଣେ ବଙ୍ଗୀୟ ଶ୍ରମିକ ତାଙ୍କୁ ଟାଣି ନେଇ ଅସଦାଚରଣ କରିଥିଲେ। ମହିଳା ପାଟି କରିବାରୁ ଘର ଲୋକ ଆସି ଉକ୍ତ ଶ୍ରମିକଙ୍କୁ ପିଟିଥିଲେ। ପରେ ଖବର ପାଇ ଅନ୍ୟ କିଛି ଯୁବକ ଆସି କ୍ୟାମ୍ପ ରେ ଥିବା ଉକ୍ତ ଶ୍ରମିକ ଏବଂ ଅନ୍ୟ ଶ୍ରମିକଙ୍କୁ ମାଡ଼ ମାରିଥିଲେ। ପରେ ହାତ ବାନ୍ଧି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହରରେ ବୁଲାଇଥିଲେ। ଏ ବାବଦରେ ଟାଉନ୍ ଥାନାରେ ଦୁଇଟି ମାମଲା ରଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.