ବଣାଇ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର।। ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର।

0 286

ବଣାଇ : ୧୦/୧୨(ସତ୍ୟାନ୍ୟୁଜ) ଏବେ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ଅନେକ ସ୍ଥାନରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ କେଶ୍ ରେ ମଦ କିମ୍ବା ଅନ୍ୟ ନିଶା ଏହାର କାରଣ ପାଲଟିଛି। ଗତକାଲି ସନ୍ଧ୍ୟାରେ
ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନାର କରେଇପୁଟ ଗ୍ରାମରେ ଘରୋଇ କଳିକୁ ନେଇ ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇ ପଡ଼ିଛି। ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ ରେ ସ୍ତ୍ରୀ ରଞ୍ଜିତା ମିଞ୍ଜଙ୍କୁ ବଣାଇ
ଡାକ୍ତରଖାନା ପଠାଇ ଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସପିଟାଲ ପଠା ଯାଇଛି। ସ୍ବାମୀ ପ୍ରସନ୍ନ ମିଞ୍ଜ ଏବଂ ସ୍ତ୍ରୀ ରଂଜିତାଙ୍କର ପୂର୍ବରୁ ବାରମ୍ବାର ଝଗଡା ହେଉଥିଲା। ଗତକାଲି ପୁଣି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେବା ପରେ ସ୍ୱାମୀ ପ୍ରସନ ମିଞ୍ଜ ପାଖରେ ପଡ଼ି ଥିବା ଏକ ଟାଙ୍ଗିଆ ଆଣି ସ୍ତ୍ରୀ ବେକ ପାଖରେ ହାଣି ଦେଇ ଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରସନ୍ନକୁ ଅଟକ ରଖି ପଚରା ଉଚୁରା କରୁଛି।

Leave A Reply

Your email address will not be published.