ରାଉରକେଲା : ଆର୍ଟିଫିସିଆଲ୍ ଇଣ୍ଟେଲି ଜେନ୍ସ କ୍ୟାମେରା ବଞ୍ଚାଇଲା ହାତୀଙ୍କ ଜୀବନ।। ରାଉରକେଲା ବାନଖଣ୍ଡର ୪ଟି ସ୍ଥାନରେ ଲାଗିଛି ଏ ଆଇ ଟାୱାର।

0 397

ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) କୂତ୍ରିମ ବୁଦ୍ଧିମତ୍ତା ବା
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଦ୍ଵାରା ରାଉରକେଲା ବନଖଣ୍ଡରେ ଏକ ହାତୀ ପଲ୍ଲ ଙ୍କୁ ବଞ୍ଚାଇବାରେ ସଫଳ ହୋଇଛି ବନ ବିଭାଗ। ଡିସେମ୍ବର ୬ ତାରିଖରେ ହାୱଡା – ମୁମ୍ବାଇ ରେଳବାଇ ମୁଖ୍ୟ ମାର୍ଗର ବନ୍ଧମୁଣ୍ଡା ଅଞ୍ଚଳରେ ଏମିତି ଘଟଣା ଘଟିଥିଲା। ରେଳବାଇ ଟ୍ରାକ୍ ପାଖରେ ବୁଲୁଥିବା ଏହି ୨୮
ଟିକିଆ ହାତୀ ପଲ୍ଳ ଙ୍କ ଗତିବିଧି ସମ୍ପର୍କରେ ବନଖଣ୍ଡ କଣ୍ଟ୍ରୋଲ ରୁମ୍ କୁ
ଏ ଆଇ କ୍ୟାମେରା ସତର୍କ ସୂଚନା ଦେଇଥିଲା। ସୂଚନା ଆଧାରରେ ବନଖଣ୍ଡ ଅଧିକାରୀ ରେଳ ବିଭାଗ ଅଧିକାରୀଙ୍କୁ ଟ୍ରେନ୍ ର ଗତି ନିୟନ୍ତ୍ରଣ କରିବାକୁ କହିଥିଲେ। ପରେ ସେଠାରେ ବନ କର୍ମଚାରୀ ପହଞ୍ଚି ହାତୀ ପଲ୍ଲ ଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇ ଦେଇଥିଲେ। ରାଉରକେଲା ଡି ଏଫ୍ ଓ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ବନଖଣ୍ଡରେ ମୋଟ ୪ଟି ସ୍ଥାନରେ ଏହି ଏ ଆଇ କ୍ୟାମେରା ଟାୱାର ଲାଗିଛି। ଏହି କ୍ୟାମେରା ୨୪ ଘଣ୍ଟା ହାତୀ ପଲ୍ଲ ଙ୍କ ଗତିବିଧି ଉପରେ ନଜର ରଖିଛି।

Leave A Reply

Your email address will not be published.