ରାଉରକେଲା : ରାଉରକେଲା ପୋଲିସ ଜିଲ୍ଲାର ୫ ଦିବସୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ।। ଉଦଘାଟନ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ।

0 318

ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) ପୋଲିସ ଡ୍ୟୁଟି ନିର୍ବାହ କରିବା ସମୟରେ ଏବଂ ପରେ ମାନସିକ ଚାପରେ ରହିଥାଏ। ସେମାନଙ୍କ ଡ୍ୟୁଟି ୨୪ ଘଣ୍ଟିଆ। ବିଭିନ୍ନ ପର୍ବ ପର୍ବାଣୀ ନିଜ ପରିବାର ଠାରୁ ଦୂରରେ ରହି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି। ଏଥି ପାଇଁ ସମୟେ ସମୟେ ମାନସିକ
ଚାପର ଶିକାର ହୋଇ ଥାଆନ୍ତି। ସେହି ଚାପ ରୁ ମୁକ୍ତ ହେବାକୁ ପୋଲିସ କର୍ମୀଙ୍କୁ ଯୋଗ ସହ ଶାରିରୀକ ବ୍ୟାୟାମ ଆଦି କରିବାକୁ ପରାମର୍ଶ ଦିଆ ଯାଇଥାଏ। ନିୟମିତ ଭାବେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରା ଯାଇଥାଏ। ଆଜି ଠାରୁ ରାଉରକେଲା ରିଜର୍ଭ ଲାଇନ୍ ପୋଲିସ ପଡିଆ ରେ ଆରମ୍ଭ ହୋଇଛି ୫ ଦିବସୀୟ ପୋଲିସ କ୍ରୀଡା ପ୍ରତିଯୋଗିତା। ରାଉରକେଲା ପୋଲିସ ଜିଲ୍ଲାର ପୋଲିସ କର୍ମୀ ମାନେ ଏଥିରେ ଭାଗ ନେଇଛନ୍ତି। ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ଉଦ୍ୟମ କ୍ରମେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗୀତାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଉଦଘାଟନ କରିଥିଲେ।

Leave A Reply

Your email address will not be published.