ରାଉରକେଲା : ଆସନ୍ତା ଡ଼ିସେମ୍ବର ୨୫ ତାରିଖରୁ ସ୍ୱଦେଶୀ ମେଳା ଆରମ୍ଭ।। ଜାନୁଆରୀ ୫ ପର୍ଯ୍ୟନ୍ତ ଚାଲିବ।। ଲାଗିବ ୩୦୦ ଷ୍ଟଲ୍।
ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) ଆସନ୍ତା ୨୫ ଡିସେମ୍ବର ରୁ ଆରମ୍ଭ ହେବ ସ୍ୱଦେଶୀ ମେଳା। ରାଉରକେଲା ୧୩ ନମ୍ବର ସେକ୍ଟର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୩୦୦ ରୁ ଅଧିକ ଷ୍ଟଲ୍ ଲାଗିବାକୁ ଯୋଜନା ଥିବା ବେଳେ ଦେଶର ପ୍ରାୟ ୧୦ ଟି ରାଜ୍ୟରୁ ବ୍ୟବସାୟୀ ମାନେ ଆସୁଛନ୍ତି। ଲଘୁ ମାଧ୍ୟମ କୁଟୀର ଶିଳ୍ପ , ହସ୍ତ ଶିଳ୍ପ , ବୃହତ୍ ସ୍ୱଦେଶୀ କମ୍ପାନୀ ମଧ୍ୟ ଏହି ମେଳାର ଅଂଶ ବିଶେଷ ରହିବ। ଦିନ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ , ରଙ୍ଗୋଲି , ବିତର୍କ , ମେହେନ୍ଦି , ନୃତ୍ୟ , ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ସନ୍ଧ୍ୟାରେ ଭାରତୀୟ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତ କାର୍ଯ୍ୟ କ୍ରମ ହେବା ନେଇ ସୂଚନା ମିଳିଛି। ରବିବାର ଦିନ ପାନ୍ଥ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱଦେଶୀ ମେଳା କମିଟି ପକ୍ଷରୁ ଏହି ସୂଚନା ଦିଆ ଯାଇଛି।