ସୁନ୍ଦରଗଡ : ୯/୧୨ (ସତ୍ୟାନ୍ୟୁଜ) ଘରେ ବ୍ୟାଟେରୀ ଗାଡି ଚାର୍ଜ କରୁଥିବା ବେଳେ ସାବଧାନ ରହନ୍ତୁ। ନହେଲେ କେତେ ବେଳେ ବଡ ଅଘଟଣ ମଧ୍ୟ ଘଟିପାରେ। ରବିବାର ରାତିରେ ସୁନ୍ଦରଗଡ଼ରେ ଘଟିଛି ଏପରି ଏକ ଅଘଟଣ। ଘରେ ବ୍ୟାଟେରୀ ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଅନ୍ୟ ୩ଟି ଦୁଇ ଚକିଆ ଯାନ। ଘରେ ମଧ୍ୟ ନିଆଁ ଲାଗିଗଲା। ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମହାବିଦ୍ୟାଳୟ ରାସ୍ତା କଡରେ ଥିବା ଏକ ଘରେ ଗତ କାଲି ରାତିରେ ହଠାତ ଜଳିବାରେ ଲାଗିଥିଲା ୪ ଟି ବାଇକ । ଧୀରେ ଧୀରେ ଏହି ନିଆଁ ଘରେ ମଧ୍ୟ ଲାଗିବା ଆରମ୍ଭ ହୋଇଥିଲା । ବ୍ୟାଟେରୀ ବାଇକ କୁ ଚାର୍ଜ କରି ମାଲିକ ଶୋଇପଡିଥିବା ବେଳେ ଏହିଭଳି ଅଘଟଣ ଘଟିଛି । ଫଳରେ ୨ଟି ବ୍ୟାଟେରୀ ଚାଳିତ ସ୍କୁଟର, ୧ଟି ପେଟ୍ରୋଲ ଚାଳିତ ସ୍କୁଟର ଏବଂ ୧ଟି ବାଇକ ଜଳିଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।