ରାଉରକେଲା : କାର ଧକ୍କାରେ ଜଣେ ଗୁରୁତର।। ବଣାଇ ଥାନା ଦରେଇକଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।

0 409

ବଣାଇ : ୯/୧୨(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ କାର ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଇଛି। ଦରେଇକଲା ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ସ୍ଥାନୀୟ ଗ୍ରାମବାସୀ ଜଣକ ଚାଲି ଚାଲି ଯାଉଥିବା ବେଳେ କାର ଟି ପଛରୁ ଧକ୍କା ଦେଇଥିଲା। ଏହି କାରରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଉରକେଲା ନେଇ ଯାଉ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଲୋକ ମାନେ କିଛି ସମୟ ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରି ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.