ବଣାଇ : ୮/୧୨(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। କେନଭେଟା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକ୍ ସହ ଆରୋହୀ ଏକ ଘର ଭିତରେ ପଶି ଯାଇଥିଲେ। ଗାଡ଼ିର ଗତି ତୀବ୍ର ଥିବାରୁ ଘର ର କିଛି ଅଂଶ ଭାଙ୍ଗି ପଡିଥିଲା। ଆଜବେଷ୍ଟସ୍ ଏବଂ ଅନ୍ୟ ଭାରି ସାମଗ୍ରୀ ଗାଡ଼ି ଉପରେ ପଡିଯିବାରୁ ଚାଳକ ଗୁରୁତର ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବଣାଇ ମେଡିକାଲ ପଠାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଆଶିଷ ଟେଟେ ବୋଲି ଜଣା ପଡ଼ିଛି। ସେ ବଣାଇ ଡାକ୍ତର ଖାନା ରେ ସିକୃଟି ଗାର୍ଡ ଭାବେ କାମ କରୁଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି।