ବଣାଇ : ଏକର ଏକର କୋବି ଫସଲ ନଷ୍ଟ କଲା ଦନ୍ତାହାତୀ। ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ସୋଲାର୍ ବାଡ ଲଗାଇବା ଦାବି କଲେ।

0 270

ବଣାଇ : ୮/୧୨(ସତ୍ୟାନ୍ୟୁଜ) ଏବେ ପନି ପରିବା ଚାଷ ଏବଂ ଅମଳ ସିଜିନ୍। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁଳ ଭାବେ ପନି ପରିବା ଚାଷ କରା ଯାଇଥାଏ। ବିଶେଷ କରି ବଣାଇ ଅଞ୍ଚଳରେ ଫୁଲ କୋବି, ବନ୍ଧା କୋବି ଆଦି ଚାଷ କରା ଯାଇଥାଏ। ମାତ୍ର ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁଁ ଚାଷୀ ମାନେ ଏବେ ହତାଶ। ଚାରି ପାଞ୍ଚ ମାସ ହେବ ଏକ ଦନ୍ତା ହାତୀ ଏହି ଅଞ୍ଚଳକୁ ପଶି ଆସି ଘର , ଫସଲ ଆଦି ନଷ୍ଟ କରୁଛି। ୪ ରୁ ୫ ଦିନ ହେଲା ଏହି ଗୋଠ ଛଡ଼ା ଦନ୍ତା ହାତୀଟି କୋବି ଫସଲ ସବୁ ଦଳି ଚକଟି ନଷ୍ଟ କରି ଦେଉଛି। ବନ ବିଭାଗ ଏବଂ ସ୍ଥାନୀୟ ଲୋକମାନେ ଯେତେ ଘଉଡ଼ାଇଲେ ମଧ୍ୟ ହାତୀ ଉକ୍ତ ଅଞ୍ଚଳ ଛାଡ଼ି ଯାଉନାହିଁ। ପ୍ରତି ଦିନ ରାତିରେ ଆସି ଫସଲ ନଷ୍ଟ କରି ଦେଉଥିବା ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ଯେତେ ଗୋଡାଇଲେ ମଧ୍ୟ ରାତିରେ ହାତୀଟି ପୁଣି ଫେରି ଆସୁଛି । ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମ ବାସୀ ହାତୀ ପ୍ରବେଶ ରୋକିବାକୁ ସୋଲାର୍ ବାଡ ଲଗାଇବାକୁ ଦାବି କରିଛନ୍ତି।

Leave A Reply

Your email address will not be published.