ରାଉରକେଲା : ବହୁ ପ୍ରତିକ୍ଷୀତ ଦେଓ ନଦୀ ବ୍ରିଜ୍ ଜାନୁଆରୀ ମାସରେ କାର୍ଯ୍ୟକ୍ଷମ ହେବ।। ଜମି ଅଧିଗ୍ରହଣ ଶେଷ।। ଚାଲିଛି ବ୍ରିଜ୍ କାମ।

0 2,184

ରାଉରକେଲା : ୭/୧୨(ସତ୍ୟାନ୍ୟୁଜ) ଶେଷରେ ୬ ବର୍ଷ ହେଲା ରାଉରକେଲା
ମୀଟକୁନ୍ଦୁରି ନିକଟ ଦେଓ ନଦୀରେ ନିର୍ମାଣଧୀନ ବ୍ରିଜ୍ ଉପରେ ଚାଲିବେ ଲୋକେ। ଜାନୁଆରୀ ମାସ ରେ ଏହି ବ୍ରିଜ କୁ ଲୋକାର୍ପିତ କରାଯିବ। ବନ୍ଦ ରହି ଥିବା ବ୍ରିଜ୍ କାମ ଏବେ ଆରମ୍ଭ ହୋଇଛି। ଦେଓ ନଦୀ ଉପରେ ଏହି
ବ୍ରିଜ୍ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ଏହାର ୮୦ ପ୍ରତିଶତ କାମ ସରିଥିବା ବେଳେ କେବଳ ଗୋଟିଏ ସ୍ଲାବ୍ ପଡ଼ିବା ବାକି ରହି ଯାଇଥିଲା। ଜମି ଅଧିଗ୍ରହଣ ବିବାଦକୁ ନେଇ ବ୍ରିଜ୍ ସମ୍ପୂର୍ଣ୍ଣ ହେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମଙ୍ଗରୁ ଓରାମ ନାମକ ଜଣେ ବ୍ୟକ୍ତି ବ୍ରିଜ୍ ପାଇଁ ଯାଉଥିବା ନିଜ ଜମି ପାଇଁ ଦାବି କରିଥିବା ଅର୍ଥ ପାଇ ନଥିଲେ। ତେଣୁ ସେ କାମ ଆଗେଇବାକୁ ଦେଉ ନଥିଲେ। ଶେଷରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଜମି ବାବଦ ଅର୍ଥ ସେପ୍ଟେମ୍ବର ମାସରେ ପାନପୋଷ ଉପଜିଲ୍ଲାପାଳ ପ୍ରଦାନ କରିଥିଲେ। ଏବେ ପୁଣି ବ୍ରିଜ୍ କାମ ଆରମ୍ଭ ହୋଇଛି। ଜାନୁଆରୀ ମାସରେ ଏହି ବ୍ରିଜ୍ କାମ ସମ୍ପୂର୍ଣ ହେବ ବୋଲି ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ କହିଛନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ କରା ଯାଇଥିବା ଏହି ବ୍ରିଜ୍ ର ପ୍ରଥମେ ବ୍ୟୟ ଅଟକଳ ଥିଲା ୭ କୋଟି। ପରେ ଏହା ୧୫ କୋଟିକୁ ବୃଦ୍ଧି ପାଇଥିଲା। ବିଭିନ୍ନ କାରଣରୁ ବ୍ରିଜ କାମ ବିଳମ୍ବ ହେଉଥିଲା। ଏହାକୁ ଶୀଘ୍ର ସମ୍ପୂର୍ଣ କରିବାକୁ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ବ୍ରିଜ୍ ଟି କାର୍ଯ୍ୟକ୍ଷମ ହେଲେ ନୂଆଗାଁ ବ୍ଲକ୍ ର ୨୦ ଟି ଗ୍ରାମର ଲୋକ ମାନେ ଉପକୃତ ହେବେ। ଜାନୁଆରୀ ମାସରେ ବ୍ରିଜ୍ କାମ ସରିବା ନେଇ ସୂଚନା ପାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଦେଖା ଦେଇଛି।

ମିଟକୁନ୍ଦୁରି ନିକଟ ଦେଓ ନଦୀ ଉପରେ ହେଉଥିବା ବ୍ରିଜ୍ କାର୍ଯ୍ୟକ୍ଷମ ହେଲେ ନୂଆଗାଁ ବ୍ଲକ୍ ରୁ ରାଉରକେଲାକୁ ଯାତାୟାତ ସହଜ ହୋଇଯିବ। ଫଳରେ ପନି ପରିବା ଚାଷୀ ମାନେ ବେଶ୍ ଉପକୃତ ହେବେ।

Leave A Reply

Your email address will not be published.