ରାଉରକେଲା : ପ୍ଲାଣ୍ଟ ସାଇଟ୍ ଥାନା ସମ୍ମୁଖରୁ ଶୁଖିଲା ଗଛ କାଟିବା ନେଇ ଏକ ଘଣ୍ଟା ଟ୍ରାଫିକ ପ୍ରଭାବିତ।। ବିପଦ ପୂର୍ଣ୍ଣ ଅବସ୍ଥାରେ ଥିଲା ଏହି ଗଛ।
ରାଉରକେଲା : ୭/୧୨(ସତ୍ୟାନ୍ୟୁଜ) ଗଛ ଲାଗି ଟ୍ରାଫିକ୍ ପ୍ରଭାବିତ। ତା ପୁଣି ଜନ ଗହଳି ପୂର୍ଣ୍ଣ ରାଉରକେଲା ର ପ୍ଲାଣ୍ଟସାଇଟ ଥାନା ଆଗରେ। ପ୍ରାୟ ଏକ ଘଣ୍ଟା ଧରି ଟ୍ରାଫିକ୍ ବନ୍ଦ ରହିଲା। କାରଣ ଥାନା ପାଚେରୀ କୁ ଲାଗି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିଶାଳ ଶୁଖିଲା ଗଛକୁ କଟା ଯାଉଥିଲା। ସାବଧାନତା ଦୃଷ୍ଟିରୁ ସୁରକ୍ଷା ପାଇଁ ଥାନାର ଦୁଇ ପଟୁ ରଶି ବାନ୍ଧି ଲୋକଙ୍କ ଯାତାୟାତ ବନ୍ଦ କରାଯାଇଥିଲା। ଶେଷରେ ଏହି ଶୁଖିଲା ଗଛକୁ କଟା ଯିବା ପରେ ଗମନା ଗମନ ସ୍ଵାଭାବିକ ହୋଇଥିଲା।
ଏହି ଗଛ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଗଛଟିକୁ କାଟିବାକୁ ଥାନା ଅଧିକାରୀ ବନ ବିଭାଗ , ଫାୟାର ବିଭାଗ,
ଆର୍ ଏମ୍ ସି କୁ ପତ୍ର ଲେଖି ଥିଲେ। ମାତ୍ର କେହି ଶୁଣି ନଥିଲେ। ଶେଷରେ ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀ ନିଜ ଉଦ୍ୟମରେ ବିପଦପୂର୍ଣ୍ଣ ଶୁଖିଲା ଗଚ୍ଛଟିକୁ କଟାଇ ଥିଲେ। ପୂର୍ବରୁ ମଧ୍ୟ କାର ରେ ଜଣେ ଯୁବକ ଯାଉଥିବା ବେଳେ
ଆରଏମସି ଅଫିସ ନିକଟରେ ଏକ ଶୁଖିଲା ଗଛ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସହରରେ କେତେକ ସ୍ଥାନରେ ରାସ୍ତାକଡ଼ରେ ସୁଖା ଗଛ ଥିବାରୁ ଏହାକୁ ଶୀଘ୍ର କାଟିବା ବ୍ୟବସ୍ଥା ପ୍ରଶାସନ କରିବାକୁ ବିଭିନ୍ନ ସ୍ତରରେ ଦାବି ହେଉଛି।