ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) କନ୍ୟାଦାନ ଠାରୁ ଆଉ ଅଧିକ ପୁଣ୍ୟ କିଛି ନାହି ବୋଲି କୁହା ଯାଏ। ଆଜି ଏହି କଥାକୁ ସାକାର କରିଛନ୍ତି ରାଉରକେଲା ମାରୱାଡ଼ି ଯୁବା ମଞ୍ଚ ର ମହିଳା ଶାଖା ‘ ଜାଗୃତି ‘। ରାଉରକେଲା ବେଦବ୍ୟାସ ଗୁରୁକୂଳ ବୈଦିକ ଆଶ୍ରମରେ ଆଜି ୬ ଯୋଡ଼ି ଙ୍କ ବିବାହ କରାଇଛି ଏହି ସଂସ୍ଥା । ଯେଉଁ ମାନେ ଆର୍ଥିକ ଦୃଷ୍ଟି କୋଣରୁ ହୁଅନ୍ତୁ କିମ୍ବା ଅନ୍ୟ କୌଣସି କାରଣରୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ପରୁ ନଥିଲେ ସେହି ମାନଙ୍କ ବିବାହ ଆଜି ଆଶ୍ରମରେ ଆଡମ୍ବର ସହକାରେ କରାଯାଇଛି। ବିବାହ ପରେ ଅତିଥି ଗଣ ବର କନ୍ୟା ଙ୍କୁ ଆଶୀର୍ବାଦ ଦେଇଥିଲେ। ଏହା ସହ ଜାଗୃତି ସଂସ୍ଥା ପକ୍ଷରୁ ନବ ଦମ୍ପତିଙ୍କୁ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ସାମୁହିକ ବିବାହ ପାଇଁ ଅଙ୍ଗନବାଡ଼ି ସମେତ ବିଭିନ୍ନ ସଂଗଠନ ସହ ଯୋଗା ଯୋଗ କରା ଯାଇଥିଲା। ଏହା ପରେ ବର କନ୍ୟାଙ୍କ ସହ ଯୋଗାଯୋଗ କରି ଆଜି ବିବାହ ସମ୍ପନ୍ନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ମଞ୍ଚ ର ଅଧ୍ୟକ୍ଷା ଅନିତା ଅଗ୍ରୱାଲ , ଜୋନାଲ ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର , ମାରୱାଡ଼ି ଯୁବା ମଞ୍ଚ ର ପୂର୍ବତନ ସଭାପତି ନରେଶ ଅଗ୍ରୱାଲ , ମାରୱାଡ଼ି ଯୁବାମଞ୍ଚ ମହିଳା ଶାଖା ଜାଗୃତି ର ଅଧ୍ୟକ୍ଷା ଅନାମିକା ମିତ୍ତଲ ପ୍ରମୁଖ ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହରିୟଣା ନାଗରିକ ସଂଘ , ରାଜସ୍ଥାନ ପରିଷଦ ର କର୍ମକର୍ତ୍ତା ମାନେ ମଧ୍ୟ ଏହି ମହତ୍ କାର୍ଯ୍ୟରେ ନିଜ ନିଜର ଯୋଗଦାନ ଦେଇଥିଲେ।