ରାଉରକେଲା : ମନ୍ତ୍ରୀ କହୁଛନ୍ତି ଆଳୁ ଦାମ୍ କମିଛି।। ମାତ୍ର ରାଉରକେଲା ବଜାରରେ ଆଳୁ କେଜି ପ୍ରତି ଆଜି ମଧ୍ୟ ୪୫ ଟଙ୍କା।
ରାଉରକେଲା : ୫/୧୨ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କୁ ବଦନାମ୍ କରିବା ଲାଗି ବଜାରରେ ଆଳୁ ର କୂତ୍ରିମ ଅଭାବ ସୃଷ୍ଟି କରା ଯାଉଥିବା ଅଭିଯୋଗ କରିଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଳୁ ଅଭାବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ। ଏବେ ଆଳୁ ରେଟ୍ ସ୍ଥିର ରହିଛି ଏବଂ ସ୍ଵାଭାବିକ ରହିଛି। ଆଗାମୀ ଦିନରେ ଆହୁରି କମିବ ବୋଲି ମନ୍ତ୍ରୀ କହିଛନ୍ତି। ମାତ୍ର ବଜାରରେ ଏହାର ସ୍ଥିତି ସମ୍ପୂର୍ଣ ଅଲଗା। ଆଳୁ ଦାମ୍ ପୂର୍ବବତ୍ ରହିଛି। ଏବେ ଖୁଚୁରା ବଜାରରେ ଆଳୁ କେଜି ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି। ରାଉରକେଲା ବଜାରରେ ଆଜି ଆଳୁ କେଜି ପ୍ରତି ୪୫ ଟଙ୍କା ଥିବା ବେଳେ ପିଆଜ ୫୫ ଏବଂ ରସୁଣ ୪୦୦ ଟଙ୍କା ରହିଛି। ତେବେ ପନି ପରିବା ଦର କିଛି ମାତ୍ରା ରେ କମ୍ ହୋଇ ଥିବାରୁ ଲୋକଙ୍କ ମନରେ ଆଶ୍ୱସ୍ତି ଆସିଛି। ତେବେ ପ୍ରତିଦିନ ଆଳୁର ଆବଶ୍ୟକତା ରୋଷେଇ ରେ ରହୁଥିବାରୁ ଏହାର ଦାମ୍ କେବେ କମିବ ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି।