ରାଉରକେଲା : ପଲସର୍ ବାଇକ୍ ଧରି ଲୁଟ୍ କରୁଥିବା ଗ୍ୟାଙ୍ଗ ର ୪ ସଦସ୍ୟ ଙ୍କୁ କାବୁ କଲା ପୋଲିସ।। ନଗଦ ୭୧ ହଜାର ଟଙ୍କା , ଦୁଇ ବାଇକ୍ ଜବତ।

0 726

ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ଦୁଇ ଦିନ ହେଲା ପଲସର୍ ବାଇକ୍ ଧରି ଆତଙ୍କ ଖେଳାଇ ଥିବା ୪ ଜଣ ଲୁଟେରା ଙ୍କୁ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଲୁଟେରା ମାନେ ମହତାବ ରୋଡ ର
ଜି ଟି ଲେନ୍ ଅଞ୍ଚଳରେ ବାଇକ୍ ଆରୋହୀ ମାନଙ୍କୁ ରାତିରେ ଟାର୍ଗେଟ୍ କରୁଥିଲେ। ଡିସେମ୍ବର ୨ ତାରିଖ ରାତିରେ ନିରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ବାଇକ୍ ରେ ଘରକୁ ଫେରୁଥିବା ବେଳେ ଏହି ଲୁଟେରା ମାନେ ଏକ ପଲସର୍ ବାଇକ୍ ରେ ଆସି ତାଙ୍କୁ ଧୋବି ପଡ଼ା ନିକଟରେ ଅଟକାଇଥିଲେ। ଦୁବୃର୍ତ୍ତ ମାନେ ମାରଣାସ୍ତ୍ର ଦେଖାଇ ନିରଞ୍ଜନ ଙ୍କୁ ଭୟଭୀତ କରିଥିଲେ ଏବଂ ତାଙ୍କ ଠାରୁ ନଗଦ ୧୦ ହାଜର ଟଙ୍କା , ବାଇକ୍ , ମୋବାଇଲ୍ ଫୋନ୍ , ଜ୍ୟାକେଟ୍ , ଘଣ୍ଟା ଆଦି ଲୁଟି ନେଇ ଫେରାର ହୋଇ ଯାଇଥିଲେ। ସେହି ପରି ଉକ୍ତ ଦିନ ରାତିରେ ବୀରେନ ସୋରେଙ୍ଗ ନାମକ ଜଣେ ବ୍ୟକ୍ତି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଦୁବୃର୍ତ୍ତ ମାନେ ଜି ଟି ଲେନ୍ ଅଞ୍ଚଳରେ ତାଙ୍କୁ ଅଟକାଇ ଥିଲେ। ପରେ ଧମକ ଚମକ ଦେଇ ତାଙ୍କଠାରୁ ନଗଦ ୧୧ ହାଜର ୨ଶହ ଟଙ୍କା , ହେଲମେଟ୍ ଆଦି ଲୁଟି ନେଇଥିଲେ। ଗୋଟିଏ ରାତିରେ ଏହି ଦୁଇଟି ଘଟଣା ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ପୋଲିସ୍ ଲୁଟେରା ମାନଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ପୁଣି ଗତ କାଲି ରାତିରେ ଲୁଟେରା ମାନେ ଅନ୍ୟ ବାଇକ୍ ଆରୋହୀ ଙ୍କୁ ଲୁଟି ବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲେ। ତଦନ୍ତ ପରେ ସେମାନଙ୍କ ଠାରୁ ନଗଦ ୭୧ ହାଜର ୮୦୦ ଟଙ୍କା , ଲୁଟ୍ ହୋଇ ଥିବା ବାଇକ୍ ସହ ଅପରାଧରେ ବ୍ୟବହୃତ ହୋଇଥିବା ପଲସର୍ ବାଇକ୍ , ମୋବାଇଲ୍ ଆଦି ଜବତ କରିଛନ୍ତି। ୪ ଜଣ ଲୁଟେରା ଙ୍କ ମଧ୍ୟରୁ ଜିତ୍ ବଡାଇକ ଗଞ୍ଜାମ ବସ୍ତିର ହୋଇଥିବା ବେଳେ ଅନ୍ୟ ତିନିଜଣ ନାବାଳକ ଅଛନ୍ତି। ଏ ବାବଦରେ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.