ରାଉରକେଲା : ନଦୀ ପଠାରୁ ବେଆଇନ୍ ଭାବେ ବାଲି ଉଠାଇଥିବା ବେଳେ ୯ଟି ଟ୍ରାକ୍ଟର ଜବତ।। ଡ୍ରାଇଭର ମାନେ ଅଟକ।। ବନ ବିଭାଗ ପକ୍ଷରୁ ଚଢ଼ାଉ ।

0 374

ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ବିଳମ୍ବରେ ହେଲେ ମଧ୍ୟ ବାଲି ମାଫିଆଙ୍କ ଉପରେ ଚଢ଼ାଉ କରିଛି ବନ ବିଭାଗ। ଏହିପରିପ୍ରେକ୍ଷୀରେ ଭାବେ ନଦୀ ପଠା ରୁ ୮ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାଲି ମାଫିଆ ମାନେ ନୂଆଗାଁ ବ୍ଲକ୍ ଝାରବେଡ଼ା ନିକଟ ଦେଓ ନଦୀ ପଠା ରୁ ଟ୍ରାକ୍ଟର ରେ ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିବା ବେଳେ ବିରମିତ୍ରପୁର ବନ ବିଭାଗ ଚଢ଼ାଉ କରି ଟ୍ରାକ୍ଟର ଗୁଡ଼ିକ ଜବତ କରିଛନ୍ତି। ଡ୍ରାଇଭର ମାନଙ୍କୁ ଅଟକ ରଖି ପଚରା ଉଚୁରା କରା ଯାଉଛି। ଟ୍ରାକ୍ଟର ମାଲିକ ମାନଙ୍କୁ ନୋଟିସ୍ ପଠାଯିବା ନେଇ ବନ ବିଭାଗ ପକ୍ଷରୁ କୁହା ଯାଇଛି। କେବଳ ନୂଆଗାଁ ବ୍ଲକ୍ ନୁହେଁ ଏବେ ରାଉରକେଲାର ବିଭିନ୍ନ ବାଲି ଘାଟ ରୁ ମଧ୍ୟ ବେଆଇନ୍ ଭାବେ ବାଲି ଉତ୍ତୋଳନ କରାଯାଉଛି। ଏହି ସମସ୍ତ ସ୍ଥାନରେ ବନ ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ପଦକ୍ଷେପ ନିଆ ଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.