ରାଉରକେଲା : ଷ୍ଟେସନ୍ ରୁ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍ ରୁ ୫୮ କେଜି ରୂପା ଜବତ କଲା ରେଳୱେ ପୋଲିସ।। ଅଧିକ ତଦନ୍ତ ପାଇଁ ଜିଏସଟି ବିଭାଗକୁ ହସ୍ତାନ୍ତର।

0 508

ରାଉରକେଲା ରେଳ ଷ୍ଟେସନ ରୁ ୫୮ କେଜି ରୂପା ଜବତ: ଜି ଏସ ଟି କୁ ହସ୍ତାନ୍ତର
ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ବୁଧବାର ସନ୍ଧ୍ୟାରେ ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୮ କେଜି ରୂପା ଜବତ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ରାଜ୍ୟ ଜି ଏସ ଟି ଏନଫୋର୍ସମେଣ୍ଟ ବିଭାଗ କୁ ହସ୍ତାନ୍ତର କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗ ରେ ପ୍ରାୟ ୫୮ କେଜି ରୂପା ଧରି ରାଞ୍ଚି ଯିବା ଲାଗି ଷ୍ଟେସନ ରେ ଅପେକ୍ଷା କରିଥିଲେ। ରାଉରକେଲା ଜି ଆର୍ ପି ପକ୍ଷ ରୁ ଯାଞ୍ଚ ସମୟ ରେ ଏ ସଂପର୍କ ରେ ଜଣା ପଡିଥିଲା। ଧରାପଡ଼ିଥିବା ବ୍ୟକ୍ତି ଜଣକ ଉକ୍ତ ରୂପାର କୌଣସି କାଗଜ ପତ୍ର ଦେଖାଇ ପାରି ନଥିଲେ। ଅଧିକ ତଦନ୍ତ ପାଇଁ ପରେ ଉକ୍ତ ବ୍ୟକ୍ତିଙ୍କୁ ଜିଏସଟି ବିଭାଗ କୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.