ରାଉରକେଲା : ବୀରମିତ୍ରପୁର ସୀମାନ୍ତରେ ବସ୍ ରେ ରାଉରକେଲା ରୁ ଯାଉଥିବା ଗଞ୍ଜେଇ ଜବତ୍।। ଦେଢ଼ ମାସରେ ୧୦୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ୍।
ରାଉରକେଲା : ୪/୧୨(ସତ୍ୟାନ୍ୟୁଜ) ରାଉରକେଲା ସହରରୁ ନିୟମିତ ଭାବେ ବସ୍ ଯୋଗେ ଝାଡ଼ଖଣ୍ଡ ଏବଂ ବିହାର କୁ ଗଞ୍ଜେଇ ଚାଲାଣ ଜାରି ରହିଛି।
ବିରମିତ୍ରପୁର ସୀମାନ୍ତ ରେ ୨ଲକ୍ଷ ୫୦ ହାଜର ଟଙ୍କାର ଚୋରା ଗଞ୍ଜେଇ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରା ଯାଇଛି। ବସ୍ ଯୋଗେ ଏହି ଗଞ୍ଜେଇ ରାଉରକେଲା ରୁ ଚାଲାଣ ହେଉଥିଲା। ଗତ ଦେଢ଼ ମାସ ମଧ୍ୟରେ ସୀମାନ୍ତରେ ୧ କୁଇଣ୍ଟାଲ୍ ୨୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରା ଗଲାଣି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କରା ଯାଇଥିବା ଚେକ୍ ଗେଟ୍ ରେ ଏହି ସବୁ ଗଞ୍ଜେଇ ଜବତ୍ ହେଉଛି। ରାଉରକେଲା ପୋଲିସ ସହ ସମ୍ୱନୟ ରଖି ଚୋରା ଗଞ୍ଜେଇ ରାକେଟ୍ ଉପରେ ଅଙ୍କୁଶ ଲଗାଇବା ନେଇ ଝାଡ଼ଖଣ୍ଡ ପୋଲିସ କହିଛି।