ରାଉରକେଲା : ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା।। ଏଡିଏମ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 343

ରାଉରକେଲା : ୪/୧୨(ସତ୍ୟାନ୍ୟୁଜ) ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ବୁଧବାର ଦିନ ରାଉରକେଲାରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ଶୋଭାଯାତ୍ରା ବିର୍ସା ଛକ ରୁ ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାରେ ବାଂଲାଦେଶ ସରକାର ବିଫଳ ହୋଇଥିବା ଅଭିଯୋଗ କରି ହିନ୍ଦୁ ଏକତା ମଞ୍ଚର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରି ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାରେ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗ ଦେଇ ଯାଉଥିବା ବେଳେ ମଧୁସୂଦନ ମାର୍ଗ ନିକଟରେ ପୋଲିସ ଅଟକାଇ ଥିଲା। ମୁଖ୍ୟ ମାର୍ଗରେ ଶୋଭାଯାତ୍ରା ପାଇଁ ଅନୁମତି ନଥିବାରୁ ରିଙ୍ଗ ରୋଡ଼ ରେ ଯିବାକୁ ପୋଲିସ କହିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରେ ଶୋଭାଯାତ୍ରାକୁ ରିଙ୍ଗ ରୋଡ ରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏଡିଏମ୍ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.