ରାଉରକେଲା : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ।। ୟୁଜିଆଇଇ ଅଡିଟରିଅମ୍ ରେ ପାଳିତ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଙ୍ଗ ( ୟୁଜିଆଇଇ ) ଅଡ଼ିଟୋରିୟମ ଠାରେ ଆଜି ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ତର ଅନୁପ କୁମାର ମଲ୍ଲିକ କହିଲେ ଯେ, ଗତ ୧୯୮୪ ମସିହାରେ ଭୋପାଳ ଗ୍ୟାସ ଦୁର୍ଘଟଣା ପରଠାରୁ ଆୟୋଜିତ ହୋଇ ଆସୁଥିବା ଏହି ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଦୂଷଣ ନିୟନ୍ତ୍ରଣ ଓ କାର୍ଯ୍ୟ ସ୍ଥଳରେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ହେବ l ଯାହାଦ୍ୱାରା ଏଭଳି ଘଟଣା ର ପୁନରାବୃତ୍ତି ନହେବ l
ଆଗାମୀ ଦିନରେ ଡିପ୍ଲୋମା ଇଂଜିନିୟରିଙ୍ଗ ଛାତ୍ର ଛାତ୍ରୀ ମାନେ ଯେଉଁଭି କାର୍ଯ୍ୟ ସ୍ଥଳୀରେ ଯୋଗ ଦେବେ, ସେଠାରେ ପରିବେଶ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ନିୟମ ଗୁଡିକୁ ଅନୁପାଳନ କରିବା ପାଇଁ ଡ଼ ମଲ୍ଲିକ ପରାମର୍ଶ ଦେଇଥିଲେ l
ସମ୍ମିଳିତ ଉଦ୍ୟମ ଦ୍ୱାରାହିଁ ନିର୍ମଳ ବାୟୁ ଓ ସବୁଜ ପୃଥିବୀ ର ପରିକଳ୍ପନା ସଫଳ ହୋଇପାରିବ ବୋଲି ସେ କହିଥିଲେ l ଏସପିସିବି ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କ ରେ ସେ ସୂଚନା ଦେବା ସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
ୟୁଜିଆଇଇର ଭାରପ୍ରାପ୍ତ ପ୍ରିନସିପାଲ ଦେବି ପ୍ରସାଦ ପଟ୍ଟନାୟକ (ଇ.ଏଣ୍ଡ ଇଟି ବିଭାଗ ), ଏସକେ.ଡି.ଏ.ଭି ସରକାରୀ ପଲିଟେକନିକର ପ୍ରିନସିପାଲ ୟୁ. କେ. ମଲ୍ଲିକ, ଡେପୁଟି ପରିବେଶ ଇଞ୍ଜିନିୟର ବିଜୟ କୁମାର ଭୋଇ ଓ ରମଣୀ ରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଆଲୋଚ୍ୟ ବିଷୟ ସମ୍ପର୍କ ରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ପରିବେଶ ବିଜ୍ଞାନର ବିଭିନ୍ନ ଉପଚାର ଓ ନିୟନ୍ତ୍ରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ l
ୱାଇଏମଏଫଆଇ ର, ଚେୟାରମ୍ୟାନ ଇଂ ନଳିନୀ କାନ୍ତ ଧର ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ l
ଏହି ଅବସରରେ ପୂର୍ବରୁ ୱାଇଏମ୍ଏଫ୍ଆଇ ତତ୍ତ୍ୱାବଧାନରେ ଆୟୋଜିତ ପ୍ରକଳ୍ପ ପ୍ରଦର୍ଶନୀ, ଚିତ୍ରାଙ୍କନ, ବକ୍ତୃତା ଓ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର
ଡିଇଇ ଇଂ. ରଜତ କୁମାର ସେଠୀ,ଡିଇଇ ସି.ଏସ୍.ଚୌହାନ,ଏଇଇ ପ୍ରୀତମ କୁମାର ପତି, ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତି, ଓଏସଡି ବି. ବି. ମହନ୍ତ, ରାଉରକେଲା ଡି.ଆଇ.ପି.ଆର.ଓ ଶ୍ରୀମତୀ ସୀମା ଫାତିମା ଏକ୍କା,ଏସକେ.ଡି.ଏ.ଭି ସରକାରୀ ପଲିଟେକନିକ ର ବରିଷ୍ଠ ଅଧ୍ୟାପିକା ରୀନା ରାୟ, ଅଧ୍ୟାପିକା ସ୍ମରଣିକା, ୟୁଜିଆଇଇ ର ଅଧ୍ୟାପକ ଶିଶିର କୁ ଦଳାଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ l
ୟୁଜିଆଇଇ ର କେମିକାଲ ଇଂଜିନିୟରିଙ୍ଗ ବିଭାଗ ମୁଖ୍ୟ ଅଧ୍ୟାପକ ରାଜେଶ ତ୍ରିପାଠୀ, ଏସକେ.ଡି.ଏ.ଭି ର ଅଧ୍ୟାପିକା ସୌମ୍ୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ୟୁ ଜି ଆଇ ଇ ର ସିଭିଲ ଇଂଜିନିୟରିଙ୍ଗ ବିଭାଗ ମୁଖ୍ୟ ଇଂ କାନନିକା ନାୟକ ସଭା ସଂଚାଳନ କରିଥିଲେ l ଶେଷରେ ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମିଶନ ଲାଇଫ ଶପଥ ପାଠ କରାଯିବା ସହ କପଡାର ବ୍ୟାଗ ବିତରଣ କରାଯାଇଥିଲା l ଏଥିରେ ଉଭୟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ l