ରାଉରକେଲା : ନୂଆଗାଁ ବ୍ଲକ୍ ପରିସର ରେ ଜନ ଶୁଣାଣି।। ଜିଲ୍ଲାପାଳ , ଏସପି ଉପସ୍ଥିତ।। ୫୬ଟି ଅଭିଯୋଗର ଶୁଣାଣି।

0 331

ନୂଆ ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥିତ ଆଇସିଡିଏସ ବୈଠକ କକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ  ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
     ଆଜି ମୋଟ  ୫୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୧୨ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ  ୪୪ଟି ସାମୁହିକ ଅଭିଯୋଗ ରହିଥିଲା।  ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।
       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ନୂଆଁ ଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଜ୍ୟୋତିବିକାଶ ଦାଶ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ  ଜିଲ୍ଳାପାଳ ପିଏମଏଓ୍ବାଇ ସର୍ଭେ ପ୍ରତି ସଚେତନତା ପାଇଁ ଏକ ରଥ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହା ବ୍ୟତିତ ୧୦ ଟିବି ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ବିତରଣ କରିଥିଲେ l
  ଜଣଶୁଣାଣୀ କାର୍ଯ୍ୟକ୍ରମ ପରେ ଶ୍ରୀ ମହାଜନ ବିଭିନ୍ନ ଗ୍ରାମ ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l

ନୂଆଗାଁ ବ୍ଲକର ଲୁକାମବେଡା, ଝରାଟୋଲି, ହାତିବାରୀ, କନ୍ଦରକେଲା ଗ୍ରାମ ପଂଚାୟତ ର ନିର୍ମାଣାଧୀନ ହାଇସ୍କୁଲ ର ହୋଷ୍ଟେଲ, ସଡକ ପ୍ରଶସ୍ତିକରଣ ଓ ଆଙ୍ଗନବାଡି କେନ୍ଦ୍ର ସହିତ ସ୍ବୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ l

Leave A Reply

Your email address will not be published.