ରାଉରକେଲା : ସରକାରୀ ଖୁଚୁରା ବିକ୍ରେତା ସଂଘର ବିକ୍ଷୋଭ ପ୍ରଦର୍ଶନ।। ସାତ ଦଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ।

0 345

ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ସାତ ଦଫା ଦାବି ନେଇ ଆଜି ରାଉରକେଲା ସରକାରୀ ଖୁଚୁରା ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ଆହ୍ବାନ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଖୁଚୁରା ବିକ୍ରେତା ସଂଘର ଡିଲର୍ ମାନେ ବିଭିନ୍ନ ପ୍ଲା କାର୍ଡ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ରେ ପହଞ୍ଚି ଥିଲେ। ପରେ ବିଭିନ୍ନ ଦାବି ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.