ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ଚାଲିଛି ରକ୍ତଦାନ ଶିବିର।। ଲହୁଣୀପଡ଼ା ଥାନା ରେ ସଂଗ୍ରହ କରାଗଲା ୫୦ ୟୁନିଟ୍ ରକ୍ତ।

0 335

ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଏବେ ଚାଲିଛି ସ୍ୱେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମ। ଜିଲ୍ଲା ପୋଲିସ୍ ପକ୍ଷରୁ ଚାଲିଥିବା ରକ୍ତ ଦାନ ଶିବିରରେ ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରାଗଲାଣି। ଜରୁରୀ କାଳୀନ ସ୍ଥିତିରେ ବିଶେଷ କରି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରକ୍ତ ର ଆବଶ୍ୟକତା ରହୁଥିବାରୁ ରାଉରକେଲା ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଉଦିତ ନଗର , ସେକ୍ଟର ୧୯ , ସେକ୍ଟର ୧୫ , ବନ୍ଧମୁଣ୍ଡା , ଛେଣ୍ଡ ଆଦି ଥାନାରେ ଆୟୋଜିତ ଏହି ଶିବିର ରେ ପୋଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ରକ୍ତଦାନ କରିଛନ୍ତି। ରାଉରକେଲା ଏସପି ନୀତେଶ
ୱାଧୱାନି ଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଉଛନ୍ତି।ଗତ କାଲି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ରକ୍ତ ଦାନ ଶିବିର କୁ ଲହୁଣୀପଡ଼ା ଥାନା ଅଧିକାରୀ ସ୍ବରାଜ ଝଙ୍କାର ଉଦଘାଟନ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ରକ୍ତ ଦାନ କରିଥିବା ଯୁବକ ମାନଙ୍କୁ ଲହୁଣୀପଡ଼ା ଥାନା ଅଧିକାରୀ ସାର୍ଟିଫିକେଟ ପ୍ରଦାନ କରି ଥିଲେ।ରାଜlମୁଣ୍ଡl, ଲହୁଣୀପଡ଼ା, କଲାଇପୋଷ, ବଣାଇ ଟ୍ରକ୍ ଓ ଟିପର ସଙ୍ଘ ର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଲହୁଣୀପଡ଼ା ମେଡ଼ିକାଲ ର ଡାକ୍ତର ଓ ଥାନା ଷ୍ଟାଫ୍ ଉପସ୍ଥିତ ଥିଲେ।

Leave A Reply

Your email address will not be published.