ରାଉରକେଲା : ୨/୧୨(ସତ୍ୟାନ୍ୟୁଜ)
‘ ହସ ମାନବ ସମାଜ ପାଇଁ ସବୁଠାରୁ ବଡ଼ ଉପହାର ବୋଲି ବିବେଚନା କରାଯାଏ। ମନ ଖୋଲା ହସ ଥିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ।’ ଏହି ବ୍ଯକ୍ତବ୍ୟ ଦେଇଛନ୍ତି ଦେଶର ବଡ ବଡ କବି ମାନେ। ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ରାଜଭାଷାର ହୀରକ ଜୟନ୍ତୀ ଅବସରରେ କବିତାଞ୍ଜଳି -୨୦୨୪ ରବିବାର ଦିନ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।
ଆର୍ ଏସ ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କବି ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ। ରାଉରକେଲା ଇସ୍ପାତ କାରଖାନା ସବୁବେଳେ କଳା ଏବଂ ସଂସ୍କୃତି କୁ ପ୍ରୋତ୍ସହୋନ ଦେଉଛି ବୋଲି ଶ୍ରୀ ଭୌମିକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଇଡି ଆଲୋକ ବର୍ମା ,
ଏ କେ ବେହୁରିଆ , ବି ଏମ୍ ପଲାଇ , ଆଇଜିଏଚ ନିର୍ଦ୍ଦେଶକ ଡକ୍ତର ଜୟନ୍ତ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ହାସ୍ୟରସ କବି ପଦ୍ମଶ୍ରୀ ସୁରେନ୍ଦ୍ର ଶର୍ମା , କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ , ହାସ୍ୟ କବି ଶମ୍ଭୁ ଶିଖର , ଶୃଙ୍ଗାର ରସ କବି ଡକ୍ତର କୀର୍ତ୍ତି କାଲେ , ବୀର ରସ କବି ଯୋଗେନ୍ଦ୍ର ଶର୍ମା ପ୍ରମୁଖ ସ୍ବରଚିତ କବିତାର ରସ ମାଧୁର୍ଯ୍ୟରେ ଦର୍ଶକ ଙ୍କୁ ବିଭୋର କରିଥିଲେ।