ସୁନ୍ଦରଗଡ : ୧୦ ନମ୍ୱର୍ ରାଜ୍ୟ ରାଜପଥ ରେ ଟ୍ରେଲର ମାଡ଼ି ଯିବାରୁ ମହିଳା ମୃତ।। ଅଳ୍ପକେ ବତ୍ତିଲେ ସ୍ବାମୀ।। ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ।
ସୁନ୍ଦରଗଡ : ୧/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇ ଯାଇଛି। ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ଏକ ଅଟୋ ଯୋଗେ ନିଜ ଘରକୁ ଫେରୁଥିଲେ । ଛକ ରେ ଓହ୍ଲାଇ ନିଜ ଘରକୁ ଯାଇଥାନ୍ତେ । କିନ୍ତୁ ବିଧିର ବିଧାନ ଅଲଗା। ମହିଳା ଜଣକ ଓହ୍ଲାଇଲା ବେଳକୁ ପଛ ପଟୁ ଏକ ଟ୍ରେଲର ଦୃତ ଗତି ରେ ଆସି ମହିଳାଙ୍କ ଉପରେ ଚଢିଯାଇଥିଲା। ଫଳରେ ମହିଳା ଜଣଙ୍କର ଘଟଣାସ୍ଥଳ ରେ ହିଁ ମୃତ୍ୟୁ ହୋଇଯାଇ ଥିଲା । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇବା ସାଙ୍ଗକୁ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ମୃତକ ଜଣକ ପଣ୍ଡରିଢ଼ିପା ର ହେଲେନ ବୁଡ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ସ୍ବାମୀ ପ୍ରଭୁ ଦୟାଲ ଦୁଡ଼। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତିପୂରଣ ଏବଂ ସ୍ପିଡ୍ ବ୍ରେକର ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ସଦର ତହସିଲଦାର ଏବଂ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଟ୍ରେରଲ ସହ ଫେରାର ହୋଇ ଯାଇଛି ।