ସୁନ୍ଦରଗଡ : ୧/୧୨(ସତ୍ୟାନ୍ୟୁଜ) ଗାଧୋଇବାକୁ ଯାଇଥିଲେ ଆଶା କର୍ମୀ।କିନ୍ତୁ ଆଉ ଫେରି ନଥିଲେ। କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରି ପୋଖରୀ ରେ ଫୋପାଡି ଦେଇଥିଲେ। ଆଜି ତାଙ୍କ ମୃତ ଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ୍ ତଦନ୍ତ ଜାରି ରଖିଛି। ସୁନ୍ଦରଗଡ଼ ଭସ୍ମା ଥାନା କୁଡ଼ାବଗା ପତ୍ରାପାଲି ଗାଁ ରେ ଆଶାକର୍ମୀ ସୁଭାଷିନୀ ନାଏକ ଗତକାଲି ଦିନ ସାଢେ଼ ୧୨ଟା ବେଳେ ଗାଁ ନିକଟ ପୋଖରୀ କୁ ଗାଧୋଇବା କୁ ଯାଇଥିଲେ । ତେବେ ଅଧଘଣ୍ଟା ପରେ ତାଙ୍କ ମୋବାଇଲରୁ ଘରକୁ ଫୋନ ଆସି ଥିଲା ଏବଂ ସେ ଖାଲି କାନ୍ଦି ଥଲେ । ଏହା ପରେ ଘର ଲୋକେ ତାଙ୍କୁ ଖୋଜିବା ପାଇଁ ବାହାରି ଥିଲେ । ବହୁ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ପରେ ପୋଲିସ କୁ ଖବର ଦିଆଯାଇଥିଲା। ପୋଲିସ ଆସି ସବୁଆଡେ ଖୋଜାଖୋଜି କଲା ବେଳେ ପୋଖରୀ ନିକଟରେ ତାଙ୍କର କପଡା ପଡିଥିବାର ଦେଖିବାକୁ ମିଳି ଥିଲା। ପୋଖରୀ ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ତାଙ୍କର ରକ୍ତ ଛିଟା ଲାଗି ଥିବା ମୋବାଇଲ ଫୋନ ମିଳିଥିଲା । ଏହା ପରେ ପୋଲିସ ଅଗ୍ନିଶମ ବିଭାଗ ର ସହାୟତା ରେ ପୋଖରୀ ରେ ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳିନଥିଲ। ହଠାତ୍ ଆଜି ସେହି ପୋଖରୀରେ ହିଁ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଛି । ତାଙ୍କର ବେକ ଏବଂ କପାଳ ରେ ଧାରୁଆ ଅସ୍ତ୍ର ରେ ଆଘାତ ହୋଇଥିବା ଜଣା ପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।