ରାଉରକେଲା : ଆଦାନୀ ସଂସ୍ଥା କୁ ତାଳ ଡିହି ଖଣି ଲିଜ୍ କୁ ବିରୋଧ କରିଛନ୍ତି ଆର୍ ଏସ ଏସ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ।। ୬ ଡ଼ିସେମ୍ବରରେ ବିକ୍ଷୋଭ।

0 213

ରାଉରକେଲା : ୧/୧୨(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନାର ଘରୋଇ କରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ। ସୁନ୍ଦରଗଡ ଜିଲ୍ଲାର ତାଳଡିହି ଠାରେ ଥିବା ଲୌହ ଖଣିକୁ ଆଦାନୀ କମ୍ପାନୀ ହାତରେ ଟେକି ଦେବା ପଦକ୍ଷେପକୁ ବିରୋଧ କରିଛନ୍ତି ଏହି ଦୁଇ ଶ୍ରମିକ ସଙ୍ଗଠନ। ଆଦାନୀ ସଂସ୍ଥା କୁ ୨୫ ବର୍ଷ ପାଇଁ ଏହି ଖଣି ଦେବା ଦ୍ଵାରା ଆର୍ ଏସ ପି ର ଘରୋଇ କରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଏହି ଖଣି ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିଲା। ଯାହାର କାରଖାନା ଥିବ ସେପରି ସଂସ୍ଥା କୁ ଖଣି ଲିଜ୍ ଦେବାର ନିୟମ କେନ୍ଦ୍ର ସରକାର କରିଥିଲେ ମଧ୍ୟ ଆଦାନୀ କମ୍ପାନୀକୁ କେଉଁ ଆଧାରରେ ତାଳଡିହି ଖଣି ଲିଜ୍ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ ସଙ୍ଗଠନ। ଏହି ନିଷ୍ପତ୍ତି ବିରୁଦ୍ଧରେ ଆସନ୍ତା ୬ ତାରିଖ ଶୁକ୍ରବାର ଦିନ ତାଳଡିହି ଠାରେ ଉଭୟ ଶ୍ରମିକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି।

Leave A Reply

Your email address will not be published.