ସୁନ୍ଦରଗଡ଼ : ମଦ ନିଶା ଆଗରେ ତୁଚ୍ଛ ପଡ଼ିଗଲା ମା’ ର ମମତା।। ନିଶାରେ ଚୁର୍ ପୁଅ କାଠ ଫାଳିଆରେ ପିଟି ହତ୍ୟା କଲା ମା’ କୁ।
ସୁନ୍ଦରଗଡ଼ : ୧/୧୨(ସତ୍ୟାନ୍ୟୁଜ) ମଦ ନିଶା ଆଗରେ ତୁଚ୍ଛ ପଡ଼ି ଗଲା ମା’ ର ମମତା। ମାତାଲ୍ ପୁଅ ନିଶାରେ ଚୂର୍ ହୋଇ ହତ୍ୟା କରିଛି ନିଜ ଜନ୍ମ କଲା ମା କୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ତଲସରା ଥାନା ତୁମୁଲିଆ ଗାଁ ନୂଆପଡାରେ । ରାତିରେ ମାତାଲ୍ ଅବସ୍ଥାରେ ପୁଅ ବିଶ୍ବ ଲାକ୍ରା ଘରକୁ ଆସିଲା ପରେ ତାର ମାଆ ସବିତା ଲାକ୍ରା କୁ ଖାଇବା ପାଇଁ ମାଗିଥିଲା। ଖାଇବା କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ବିଶ୍ଵ ମାଆ ର ମୁଣ୍ଡ ପ୍ରହାର କରିଥିଲା । ଫଳରେ ଘଟଣସ୍ଥଳରେ ମାଆ ର ମୃତ୍ୟୁ ଘଟିଥିଲା। ଗାଁ ଲୋକେ ପୋଲିସ କୁ ଖବର ଦେବା ପରେ ତଳସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟା ରେ ବ୍ୟବହୃତ କାଠ ଫଳିଆକୁ ଜବତ କରିବା ସହ ମାତୃ ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ।
ସବିତା ଲାକ୍ରା ର ଦୁଇ ପୁଅ ଙ୍କ ମଧ୍ୟରୁ ବଡ ପୁଅ ନିଜ ପରିବାର ସହିତ ଅନ୍ୟତ୍ର ରହୁଛି। ବିଶ୍ବ ବାହା ହୋଇଥିଲା କିନ୍ତୁ ସବୁବେଳେ ମାତାଲ୍ ଅବସ୍ଥାରେ ରହୁ ଥିବାରୁ ସ୍ତ୍ରୀ ଛାଡ଼ି ପଳାଇଥିଲା। ତା ପରେ ତାର ମଦ ପିଇବା ବଢ଼ି ଯାଇଥିଲା। ପ୍ରତିଦିନ ମଦ ପିଇ ବିଳମ୍ବିତ ରାତିରେ ଘରକୁ ଆସି ମାଆ ସହିତ ଝଗଡ଼ା କରେ। ହେଲେ ଗତକାଲି ରାତିରେ ଝଗଡ଼ା ଏତେ ବଢି ଗଲା ଯେ ଶେଷରେ ମାଆ କୁ ହତ୍ୟା କରିଛି ବିଶ୍ବ ।