ରାଉରକେଲା : ବଣାଇ ରେ ଚାଲିଥିବା ତିନିଦିନିଆ କୃଷି ଯନ୍ତ୍ରପାତି ମେଳା ଉଦଯାପିତ।। ୧ କୋଟି ଟଙ୍କାର ଯନ୍ତ୍ରପାତି ପାଇଁ ଅଗ୍ରୀମ ଦେଲେ ଚାଷୀ।

0 234

ବଣାଇ : ୩୦/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଠାରେ ଶୁକ୍ରବାର ଦିନ ରାଜ୍ୟ କୃଷି ବିଭାଗ ଆନୁକୂଲ୍ଯରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି l ବଣାଇଁ ବହୁମୁଖି ଖେଳ ପଡିଆ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ କୃଷକ ଙ୍କୁ କୃଷି ର ଆଧୁନିକୀକରଣ ପ୍ରଣାଳୀ ସମ୍ପର୍କରେ ସଚେତନତା କରା ଯାଇଥିଲା। ଏହା ସହ ସରକାରଙ୍କ ପ୍ରୋତ୍ସାହନ ରେ କୃଷି ଯନ୍ତ୍ରପାତି କ୍ରୟ କ୍ଷେତ୍ର ରେ ସବସିଡି ନେଇ ମଧ୍ଯ ଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ଯ ସଚେତନତା ମେଳା ର ଆଭିମୁଖ୍ୟ ବୋଲି ଅତିଥି ମାନେ ମତ ଦେଇଛନ୍ତି l ପ୍ରାୟ ଏକ କୋଟି ଟଙ୍କା ର ବିଭିନ୍ନ ଯନ୍ତ୍ର ପାତି ଚାଷୀ ମନେ ଏହି ମେଳା ରେ ବୁକ୍ କରି ଥିଲେ। ଉଦଯାପିତ ମେଳାରେ ଅତିଥି ଭାବେ କିନ୍ଦରିକେଲା ସରପଞ୍ଚ ଉଗ୍ରେସେନ କିସାନ, ପ୍ରଦ୍ୟୁମ୍ନ ତ୍ରିପାଠୀ, କୃଷି ଜିଲ୍ଲା ଅଧିକାରୀ ମନୋଜ ପ୍ରଧାନ, କୃଷି ଅଧିକାରୀ ନବୀନ ସାହୁ , ବ୍ଲକ କୃଷି ଅଧିକାରୀ ନରେଶ ଚନ୍ଦ୍ର ମହାନନ୍ଦ, ବ୍ଲକ କୃଷି ଅଧିକାରୀ ଦୁଖିନି ବିଶି ପ୍ରମୁଖ ଯୋଗ ଦେଇଥିଲେ। ଇଛୁକ କୃଷକ ମାନେ ଆବଶ୍ୟକ ସ୍ଥଳେ ଏଠାରେ ନାମ ପଞ୍ଜୀକୃତ କରି ଆବଶ୍ୟକୀୟ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ମେଳା ରେ ସୋଲାର୍ ଚାଳିତ ପମ୍ପ କୁ ଦେଖିବାକୁ ଚାଷୀ ଙ୍କ ବେଶ ଭିଡ଼ ଲାଗିଥିଲା

Leave A Reply

Your email address will not be published.