ରାଉରକେଲା : ଡିସେମ୍ବର ୧୫ ରେ ଜାତୀୟ ଯୋଗାସନ ପ୍ରତିଯୋଗିତା।। ଅଂଶ ଗ୍ରହଣ କରିବେ ୩୦୦ ପ୍ରତିଯୋଗୀ।

0 328

ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ଆସନ୍ତା ଡ଼ିସେମ୍ବର ୧୫ ତାରିଖରେ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ଯୋଗାସନ ପ୍ରତିଯୋଗୀତା। ଓଡ଼ିଶା ସମେତ ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଛତିଶଗଡ , ମଧ୍ୟପ୍ରଦେଶ , ଆନ୍ଧ୍ରପ୍ରଦେଶ , ଆସାମ ଆଦି ରାଜ୍ୟରୁ ୩୦୦ ରୁ ଅଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି। ଏହି ପ୍ରତିଯୋଗିତା ଗୁରୁ ନାନକ ଖାଲସା ସ୍କୁଲ ପଡିଆରେ ହେବ। ୧୫ ଡିସେମ୍ବର ସକାଳ ସାଢେ଼ ୮ଟା ରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ଓମ୍ ଯୋଗ ସେଣ୍ଟର୍ ପକ୍ଷରୁ ପ୍ରମାଣପତ୍ର ଏବଂ ସ୍ମୃତି ଫଳକ ପ୍ରଦାନ କରାଯିବ। ପ୍ରତିଯୋଗିତାରେ ବାଳକ , ବାଳିକା , ମହିଳା , ପୁରୁଷ ବିଭାଗରେ ୧୨ ଟି ଗ୍ରୁପ୍ ରହିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆ ଯାଇଛି।

Leave A Reply

Your email address will not be published.