ବଣାଇ : ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇଟି ବଳଦଙ୍କ ମୃତ୍ୟୁ।। ୧୪୩ ନମ୍ବର ରାଜପଥରେ ଘଟିଛି ଦୁର୍ଘଟଣା।। ଗାଡ଼ି ନେଇ ଡ୍ରାଇଭର ଫେରାର।
ରାଉରକେଲା : ୩୦/୧୧(ସତ୍ୟାନ୍ୟୁଜ) ଆଜି ଭୋରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇଟି ବଳଦ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣା ଘଟିଛି ବଣାଇ ଥାନା ଅଞ୍ଚଳର ୧୪୩ ନମ୍ବର ଜାତୀୟ ରାଜପଥରେ। କନ୍ତସରା ଗ୍ରାମର ସଙ୍ଖାଳି ପତ୍ର ରାତି ୪ଟା ବେଳେ ଦୁଇଟି ବଳଦ ନେଇ ନିକଟସ୍ଥ ଗମଲେଇ ହାଟ କୁ ଯାଉଥିଲେ। ଧରଣିଧରପାଲି ନିକଟରେ ଏକ ଅଜଣା ଗାଡି ଦୃତ ଗତିରେ ଆସି ଚାଷୀ ସହ ଦୁଇ ବଳଦଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବଳଦ ଏବଂ ଚାଷୀ ସଙ୍ଖାଳି ଙ୍କ ମୃତ୍ୟୁ ହୋଇ ଯାଇଥିଲା। ବଣାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ନେଇ ଫେରାର ହୋଇ ଯାଇଛି। କେନାଭେଟା ପୂର୍ବତନ ସରପଞ୍ଚ ରୁଷି କିସାନ ଓ ସ୍ଥାନୀୟ ଲୋକେ ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତିl