ବିରମିତ୍ରପୁର : ଆର୍ ଓ ଫିଲଟର୍ ପାଣି ପିଇ ସ୍କୁଲର ଚାରି ଜଣ ଛାତ୍ର ଅସୁସ୍ଥ।। ଫ୍ରିଜର ରେ ଝିଟିପିଟି ପଡ଼ିଥିବାରୁ ପାଣି ବିଷାକ୍ତ ହୋଇଥିବା ଅନୁମାନ।
ବିରମିତ୍ରପୁର : ୨୯/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ,
କରଡେଗା ପଞ୍ଚାୟତ ର ମୋହନ ମୁରଲୀ ହାଇସ୍କୁଲ ର କେତେକ ଛାତ୍ର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ରେ ଉକ୍ତ ସ୍କୁଲର ଚାରି ଜଣ ଛାତ୍ର ଆର୍ ଓ
ଫିଲଟର୍ ରୁ ପାଣି ପିଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଫିଲଟର୍ ର ଫ୍ରୀଜର ରେ ଏକ ମଲା ଝିଟିପିଟି ପଡିଥିବାର ଦେଖା ଯାଇଥିଲା। ଝିଟିପିଟି ପଡ଼ିଥିବାରୁ ପାଣି ବିଷାକ୍ତ ହୋଇଥିବା ଅନୁମାନ କରାଯାଉଛି। କୁହାଯାଉଛି ଯେ ସ୍କୁଲ କତ୍ତୃପକ୍ଷ ପିଲାଙ୍କୁ ହସପିଟାଲ ନେବା ପରିବର୍ତ୍ତେ ଛୁଟି କରି ଦେଇଥିଲେ। ପରେ ପିଲା ମାନେ ବେଶୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଲୋକେ ବିରମିତ୍ରପୁର ହସପିଟାଲ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।