ବାରିପଦା : କିଲର୍ ଟ୍ରକ୍ ର ସିରିଜ୍ ଦୁର୍ଘଟଣାରେ ୪ ମୃତ , ୩ ଗୁରୁତର।। ମର୍ଣିଂ ୱାକର୍ , ଅଟୋ ଡ୍ରାଇଭର ଏବଂ ଦମ୍ପତିଙ୍କ ମୃତ୍ୟୁ।

0 372

ବାରିପଦା : ୩୦/୧୧(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳେ ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମେ ମର୍ଣିଂ ୱାକ୍ ରେ ଯାଉଥିବା ବେଳେ ତିନି ଜଣଙ୍କ ଉପରକୁ ମାଡ଼ି ଯିବାରୁ ଜଣଙ୍କ ର ମୃତ୍ୟୁ ହୋଇ ଯାଇଥିଲା। ପରେ ସେହି ଟ୍ରକ୍ ଯାତ୍ରୀବାହୀ ଅଟୋ ରିକ୍ସା କୁ ଧକ୍କା ଦେବା ଫଳରେ ଅଟୋ ଡ୍ରାଇଭର ସମେତ ଦମ୍ପତ୍ତି ଙ୍କ ମୃତ୍ୟୁ ହୋଇ ଯାଇଛି

ଆଜି ସକାଳେ ତିରିଂ ଥାନା ଅଞ୍ଚଳର ବଡଡାଳିମା ଛକରେ ୩ ଜଣ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ପରେ ଟ୍ରକଟି ପୁଣି ୫ କିମି ଯିବା ପରେ ବହଳଦା ଥାନା ଅନ୍ତର୍ଗତ ବାଗବେଡାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୪ ଜଣଙ୍କ ମଧ୍ୟରୁ ଅଟୋ ଡ୍ରାଇଭର ଏବଂ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଦମ୍ପତିଙ୍କର ସମ୍ପର୍କୀୟ ଗୁରୁତର ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.