ରାଉରକେଲା : ସହରରେ ମେଗାହାଉସିଂ ପ୍ରୋଜେକ୍ଟ ଆରମ୍ଭ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପଦକ୍ଷେପ।। ଏଡିଏମ୍ ଙ୍କ ସହ ହେଲା ପ୍ରଥମ ପର୍ଯ୍ୟାୟ ଆଲୋଚନା।
ରାଉରକେଲା : ୨୮/୧୧(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଆଜି ରାଉରକେଲା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କ ୩ ଦିବସୀୟ ଗସ୍ତ ଅବସରରେ ଶ୍ରୀ ରାୟ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଙ୍କୁ ଭେଟି ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଛନ୍ତି। ବହୁ ଦିନ ହେଲା ସହରରେ କୌଣସି ବଡ
ହାଉସିଂ ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇନାହିଁ। ସାଧାରଣ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଚ୍ଛେଣ୍ଡ ନିକଟରେ ଖାଲିଥିବା ଏକ ସ୍ଥାନକୁ ନିରୂପଣ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଏଡିଏମ୍ ସଙ୍ଗେ ଆଲୋଚନା ହୋଇଥିଲା। ଏହି ୩୦୦ ଏକର ଜମି ରାଉରକେଲା ଇସ୍ପାତ କାରଖାନାର ଅଧୀନରେ ଥିବାରୁ ଆରଏସପି ସହ ଆଲୋଚନା କରି ଜମି ପ୍ରସଙ୍ଗ ଠିକ କରିବାକୁ ଶ୍ରୀ ରାୟ ପରାମର୍ଶ ଦେଇଥିଲେ। ଏହାଛଡା ରାଉରକେଲା ଏଆରପୋର୍ଟ ର ଉନ୍ନତି କରଣ , ବେଦବ୍ୟାସ ଝୁଲା ପୋଲ , ପୋଷ୍ଟ
ମର୍ଟମ୍ ହାଉସ ର ସ୍ଥାନାନ୍ତରଣ ,
ଆର୍ ଏମ୍ ସି ମାର୍କେଟ ର ଶୀଘ୍ର
କାର୍ଯ୍ୟକାରିତା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରକଳ୍ପ ଗୁଡ଼ିକର ପ୍ରାଥମିକ ଦସ୍ତାବିଜ୍ ପ୍ରସ୍ତୁତ ପରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଦିଲ୍ଲୀପ ରାୟ କହିଛନ୍ତି।